ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳା।
ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନସେବାରେ ୨୫ ବର୍ଷର ପୂର୍ତ୍ତି ମାଇଲଖୁଣ୍ଟ ସ୍ମରଣରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରିଛନ୍ତି।
୧୦ ଫୁଟ ଉଚ୍ଚ ଏବଂ ୨୦ ଫୁଟ ଓସାରର ବାଲୁକା ଚିତ୍ର କଳାରେ ବାର୍ତ୍ତା ରହିଛି – 25 YEARS OF PUBLIC SERVICE
THE SPIRIT OF SERVICE
MODI JI’S VISION FOR VIKSIT BHARAT”
ଏହି କଳାକୃତିଟି ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଜନସେବା, ନେତୃତ୍ୱ ଏବଂ ଜାତୀୟ ବିକାଶର ଯାତ୍ରାକୁ ପ୍ରଦର୍ଶିତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଗୁଜରାଟରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଗତିପଥ ଏବଂ ‘ବିକଶିତ ଭାରତ’ର ସଂକଳ୍ପକୁ ପ୍ରତିଫଳିତ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନସେବା ଯାତ୍ରା ୨୦୦୧ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୨ ବର୍ଷରୁ ଅଧିକ ସମୟ ଗୁଜରାଟର ସେବା କରିବା ପରେ, ସେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଗୁଜରାଟରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ୨୦୨୬ ମସିହାରେ ଜନସେବା ଏବଂ ନେତୃତ୍ୱର ୨୫ ବର୍ଷ ପୂରଣ କରୁଛି।ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରାଯାଇଛି।
ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅବସରରେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ତାଙ୍କର ୨୫ ବର୍ଷର ଜନସେବା ପାଇଁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଓ ଶୁଭକାମନା ଜଣାଉଛି। ଆଗାମୀ ଯାତ୍ରା ସେବା ମନୋଭାବ ଏବଂ ବିକଶିତ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରେରଣା ଦେଉଥାଉ,”।
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୬୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତା ଏବଂ ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରି ନିଜର ଶିଳ୍ପ କଳା ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିଛନ୍ତି। ନିଜର ବାଲୁକା କଳା ମାଧ୍ୟମରେ ସେ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବା ସହ ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ ପ୍ରଦୂଷଣ, ଜନସ୍ୱାସ୍ଥ୍ୟ ଏବଂ ବିଶ୍ୱ ଶାନ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ମୁଦ୍ଦା ଉପରେ ସଚେତନତା ସୃଷ୍ଟି କରିଆସୁଛନ୍ତି।
