April 27, 2026
Home »   ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ 

  ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ 

0
1001055173
                  “ବହୁ ଆଡ଼ମ୍ବରେ ଲଘୁ କ୍ରିୟା”
ନୟାଗଡ :  ନୟାଗଡ ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଶ୍ରୀଯୁକ୍ତ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଵାଵେଳେ, ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ଲଗ୍ନଜିତ ରାଉତ, ମାନ୍ୟବର ସାଂସଦ, କନ୍ଧମାଳ ଙ୍କ ପ୍ରତିନିଧି, ଶ୍ରୀଯୁକ୍ତ ରାଘବ ମଲ୍ଲିକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ, ଶ୍ରୀ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ , ଶ୍ରୀ ଝାଡେଶ୍ୱର ଦାସ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ଐଶ୍ୱର୍ଯ୍ୟା ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ ।           ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ, ଧୂପ ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ସଭା କାର୍ଯ୍ୟର ଆରମ୍ଭ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ‌ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ପଂଚାୟତରାଜ ଦିବସ ପାଳନ ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।              ବଲାଙ୍ଗୀର ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଓଡ଼ିଶାବାସୀଙ୍କୁ ବାର୍ତ୍ତାର ଅଭିଭାଷଣ ସିଧା ପ୍ରସାରଣ ଦେଉଥିବା ସମୟରେ ନଦେଖାଇ ଭାଷଣବାଜି ଚାଲିଥିଲା । ଉପସ୍ଥିତ ଜନସାଧାରଣଙ୍କୁ ପର ମୁହୂର୍ତ୍ତରେ ଦେଖାଇଥିଲେ । ସେଥିପାଇଁ ଉପସ୍ଥିତ ଅଧିକାଂଶଙ୍କ ମନରେ କ୍ଷୋଭ ଆସିଥିଲା ।ପର ମୁହୂର୍ତରେ ଦେଖାଇଲା ବେଳକୁ ଲୋକମାନେ ଚାଲି ଯାଉଥିବାର ଦେଖିବାକୁ ମିଳିଥିଲା । ପଂଚାୟତରାଜ ଦିବସ ପାଳନ ଦାଇତ୍ୱ ନେଇଥିବା ସଂସ୍ଥା ଗଣମାଧ୍ୟମକୁ ମଧ୍ୟ ଅଣଦେଖା କରିଥିବା ଦେଖିବାକୁ ମିଳିଥିଲା ।ମୁଖ୍ୟ ଅତିଥି ଆସିଲାବେଲକୁ ସଭାକାର୍ଯ୍ୟ ଶୀଘ୍ର ଶେଷ ପର୍ଯ୍ୟାୟ ହୋଇଥିବାରୁ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିଲା ।ଏହି ସଭାଟି ବହୁ ଆଡ଼ମ୍ବରେ ଲଘୁ କ୍ରିୟା ଭଳି ଜଣା ପଡୁଥିଲା ।
     ‌ଵିଭିନ୍ନ ଯୋଜନାରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ବିଭିନ୍ନ ବ୍ଲକ, ପଞ୍ଚାୟତ, ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମେ ଅନ୍ତୋଦୟ ଗୃହ ଯୋଜନାରେ ନୟାଗଡ଼ ବ୍ଲକ ପ୍ରଥମ ସ୍ଥାନ /ଓଡ଼ଗାଁ ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ନୂଆଗାଁ ବ୍ଲକ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ।ସେହିପରି ମନରେଗା ଯୋଜନାରେ ଗଣିଆ ବ୍ଲକ ଶତ ପ୍ରତିଶତ କାମ କରି ପ୍ରଥମ ସ୍ଥାନ , ନୟାଗଡ଼ ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ଖଣ୍ଡପଡ଼ା ବ୍ଲକ ତୃତୀୟ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ ୨୦୨୪-୨୫ ବର୍ଷ ପାଇଁ ସର୍ବୋଚ୍ଚ ଖର୍ଚ୍ଚ କରିଥିବା ବେଳେ ୨୦୨୫-୨୬ ବର୍ଷ ପାଇଁ ଭାପୁର ବ୍ଲକ ସର୍ବୋଚ୍ଚ ଖର୍ଚ୍ଚ କରିଥିବା ଯୋଗୁଁ ପୁରସ୍କୃତ କରାଯାଇଥିଲା । ନିଜସ୍ୱ ସୂତ୍ରରୁ ୨୩ ଲକ୍ଷ ରାଜସ୍ୱ ସଂଗ୍ରହ କରି ନୟାଗଡ ବ୍ଲକର ଭୀରୁଡ଼ା ଗ୍ରାମ ପଞ୍ଚାୟତ ପ୍ରଥମ ସ୍ଥାନ, ଗଣିଆ ବ୍ଲକର ଗଣିଆ ଗ୍ରାମ ପଞ୍ଚାୟତ 10ଲକ୍ଷ ରୁ ଉର୍ଦ୍ଧ ରାଜସ୍ବ ସଂଗ୍ରହ କରି ଦ୍ୱିତୀୟ ସ୍ଥାନ ଏବଂ ନୟାଗଡ଼ ବ୍ଲକର ଲେଙ୍କୁଡିପଡା ଗ୍ରାମ ପଞ୍ଚାୟତ 9 ଲକ୍ଷ ରୁ ଉର୍ଦ୍ଧ ରାଜସ୍ବ ସଂଗ୍ରହ କରି ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ।
ସ୍ୱଚ୍ଛ ଭାରତ ଅଭିଯାନ ରେ ଖଣ୍ଡପଡ଼ା ବ୍ଲକର ବନମାଳିପୁର ପଞ୍ଚାୟତ ପ୍ରଥମ ସ୍ଥାନ, ଗଣିଆ ବ୍ଲକର ଗଣିଆ ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଏବଂ ରଣପୁର ବ୍ଲକର ଗୋପାଳପୁର ଗ୍ରାମ ପଞ୍ଚାୟତ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।
ମିଶନ ଶକ୍ତି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ପ୍ରଥମ ସ୍ଥାନ, ଭାପୁର ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ନୂଆଗାଁ ବ୍ଲକ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ ।କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଉପଯୋଗ କରିବାରେ ଭାପୁର ବ୍ଲକର ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତ ପ୍ରଥମ ଓଡ଼ଗାଁ ବ୍ଲକର ପାଣ୍ଡିରିପଡା ଦ୍ୱିତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ । ଲଗ୍ନଜିତ୍ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ମଞ୍ଚରେ ସଂଯୋଜନା କରିଥିଲେ ସାମ୍ବାଦିକ ରାମକୃଷ୍ଣ ରଥ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *