ଜିଲ୍ଲାସ୍ତରୀୟ ଏଡସ୍ ସଚେତନତା କୁଇଜ୍ ପ୍ରତିଯୋଗିତା
କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଦି ଜିଲ୍ଲାସ୍ତରୀୟ ଏଡସ୍ ସଚେତନତା କୁଇଜ୍ ପ୍ରତିଯୋଗିତା ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରଠାରେ ଅନୁଷ୍ଠିତ ହୋଇଜାଇଛି , ଜିଲ୍ଲାର ରେଡ୍ ରିବନ୍ କ୍ଲବ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଡସ୍ ସମ୍ପର୍କ ରେ ସଠିକ୍ ଜ୍ଞାନ ଓ ସଚେତନତା ସୃଷ୍ଟି ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ. ବସନ୍ତ କୁମାର ପାତ୍ର, ଏ.ଡି.ପି.ଏଚ.ଓ(ଡିସି), ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ବେହେରା, ଆଇ.ସି.ଟି.ସି ସୁପରଭାଇଜର ବ୍ରହ୍ମାନନ୍ଦ ସାହୁ,ଜୁନିଅର ରେଡ କ୍ରସ୍ ଅଫିସର ପ୍ରଶାନ୍ତ କୁମାର ପରିଡ଼ା , ପ୍ରଧାନଶିକ୍ଷକ ଜୟ ପ୍ରସାଦ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ୨୪ଟି ରେଡ୍ ରିବନ୍ କ୍ଲବ୍ ବିଦ୍ୟାଳୟର ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜିର ପ୍ରତିଯୋଗିତାରେ ୨ ଜଣ ଛାତ୍ର ରାଜ୍ୟ ସ୍ତରକୁ ସମ୍ମାନିତ ହୋଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେନ୍ଦେଇପଶି,ପାଟନା ବ୍ଲକ ଛାତ୍ର ଆଦିତ୍ୟ ନାରାୟଣ ପଣ୍ଡା ପ୍ରଥମ ସ୍ଥାନ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସୁୁଆଁପଦା,ଘସିପୁରା ବ୍ଲକ ଛାତ୍ର ଗୌରୀଶଙ୍କର ଆଇଚ୍ ଦ୍ୱିତୀୟ ସ୍ଥାନ ଅଧିକାର କରି କେନ୍ଦୁଝର ଜିଲ୍ଲାକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ପ୍ରତିନିଧିତ୍ୱ କରିବେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
