July 4, 2025
Home » ଜିଲ୍ଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ନୟାଗଡ଼ ପେକ୍ସ – ୨୦୨୫ ଉଦ୍ଘାଟିତ

ଜିଲ୍ଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ନୟାଗଡ଼ ପେକ୍ସ – ୨୦୨୫ ଉଦ୍ଘାଟିତ

0
IMG_20250108_114618

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5875; AI_Scene: (-1, -1); aec_lux: 225.96667; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 39;

ନୟାଗଡ଼ ୮.୧ ୨୦୨୫ (ଇପିଏ) ଆଜି ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ନୟାଗଡ଼ ପେକ୍ସ୍ -୨୦୨୫ ଭାରତୀୟ ଡାକ ବିଭାଗ , ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଉଦ୍ଘାଟିତ ହୋଇଯାଇଛି ।ଏହି ପ୍ରଦର୍ଶନୀ ୮ତାରିଖ ଠାରୁ ୯ତାରିଖ ୧୨ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ ।ଉଦ୍ଘାଟନ ସଭାରେ ନୟାଗଡ଼ ଡାକ ମଣ୍ଡଳ ଅଧୀକ୍ଷକ ଖଗେଶ୍ବର ମଲ୍ଲିକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ପରିମଣ୍ଡଳ ମୁଖ୍ୟାଳୟ ନିର୍ଦ୍ଦେଶକ ଅମିତ୍ କୁମାର ଝା, ସମ୍ମାନିତ ଅତିଥ୍‌ ଭାବେ ଫିଲଟେଲଇଷ୍ଟ ଅନିଲ କୁମାର ଧୂର, ଅଜୟ କୁମାର ବାରିକ ଯୋଗଦେଇଥିଲେ ।ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥିମାନେ ବକ୍ତବ୍ୟରେ କହିଥିଲେ ଡାକ ଟିକଟ ସଂଗ୍ରହ ଦ୍ଵାରା ଜ୍ଞାନର ବିକାଶ ସଙ୍ଗେ ସଙ୍ଗେ ଯୋଗା ଯୋଗର ସୁବିଧା ହୋଇଥାଏ ।

filter: 0; fileterIntensity: 0.0; filterMask: 0; module: photo;
hw-remosaic: false;
touch: (-1.0, -1.0);
modeInfo: ;
sceneMode: 128;
cct_value: 6555;
AI_Scene: (-1, -1);
aec_lux: 276.382;
aec_lux_index: 0;
hist255: 0.0;
hist252~255: 0.0;
hist0~15: 0.0;
albedo: ;
confidence: ;
motionLevel: 0;
weatherinfo: null;
temperature: 41;

ନୟାଗଡ଼ ଡାକଘରର ପୋଷ୍ଟ ମାଷ୍ଟର ପ୍ରମୋଦ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ସଭା ସାଙ୍ଗ ପରେ ମୁଖ୍ୟ ଅତିଥି ଅମିତ୍ କୁମାର ଝା ଶତାଧିକ ଫ୍ରେମରେ ହଜାର ହଜାର ପ୍ରଦର୍ଶିତ ଡାକଟିକଟ ପ୍ରଦର୍ଶନୀକୁ ସମସ୍ତ ଅତିଥି ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।ଏହି ପ୍ରଦର୍ଶନୀରେ ଆମ ଦେଶର ଡାକ ଟିକଟ ସହିତ ବିଦେଶର ଡାକଟିକଟ ଗୁଡ଼ିକ ମଧ୍ୟ ଦେଖିବାକୁ ମିଳିଥିଲା ଏହି ପ୍ରଦର୍ଶନୀ ଉପଲକ୍ଷେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ସାଧାରଣ ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏହି ଡାକ ଟିକଟ ବିକ୍ରୀ ବଟା , ପ୍ରଦର୍ଶନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପ୍ରଦର୍ଶନୀକୁ ଆସିଥିବା ଛାତ୍ର/ଛାତ୍ରୀ ଓ ଡାକଟିକଟ ସଂଗ୍ରହକାରୀ ଏବଂ ବୁଦ୍ଧିଜୀବୀଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରଥମ ଥର ଏହି ଜିଲ୍ଲା ସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀରେ ବହୁତ ଜନସମାଗମ ହୋଇଥିଲା । ଏହି ଡାକ ଟିକଟ ପ୍ରଦର୍ଶନୀକୁ ସଫଳ କରିବାରେ ନୟାଗଡ଼ ଡାକ ମଣ୍ଡଳ ଅଧୀକ୍ଷକ ଖଗେଶ୍ବର ମଲିକଙ୍କ ପ୍ରଗାଢ ଉଦ୍ୟମ , ସହ ଅଧୀକ୍ଷକ ସପନ କୁମାର ପାଣିଗ୍ରାହୀ ,ଡାକ ଟିକଟ ସଂଗ୍ରାହକ ଅଜିତ କୁମାର ରାଉତ ସର୍ବୋପରି ସମସ୍ତ ସହକର୍ମୀମାନେ ସହଯୋଗ କରିଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *