ଟାଟା ପାୱାରର ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଦଶପଲ୍ଲାବାସୀଙ୍କ ବିକ୍ଷୋଭ, ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ
ନୟାଗଡ : ( ଇପିଏ ) ନୟାଗଡ ଜିଲ୍ଲା ଦଶପଲ୍ଲାରେ ଟାଟା ପାୱାରର ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଦଶପଲ୍ଲା ବିଦ୍ୟୁତ୍ ଉପଭୋକ୍ତାମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ।ଟାଟା ପାୱାରର ଉପଭୋକ୍ତା ମାନଙ୍କ ଉପରେ ନିର୍ଯାତନା ଏତେ ବଢି ଚାଲିଛିଯେ, ଉପଭୋକ୍ତାମାନେ ବାଧ୍ୟହୋଇ ବିକ୍ଷୋଭ, ଶୋଭାଯାତ୍ରା କରିବାକୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଲା । ଦଶପଲ୍ଲା ବାସୀଙ୍କ ଦାବୀ ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦକରାଯାଉ, ଲୋଭୋଲ୍ଟେଜ୍ ସମସ୍ୟା ଦୂର କରାଯାଉ, ଅତୀତରେ ଉପଭୋକ୍ତାମାନେ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଟିପିସି ଓଡିଲ୍ ଅଫିସକୁ ଅଭିଯୋଗ କରିବାକୁ ଯାଇଥିଲାବେଳେ ଓପଭୋକ୍ତାଙ୍କ ନାମରେ ହୋଇଥିବା ମିଥ୍ୟା ମକୋଦ୍ଦମା ପ୍ରତ୍ୟାହାର କରାଯାଉ, ସ୍ମାର୍ଟ ମିଟର ଲଗାଇବା ବାହାନାରେ ଗ୍ରାହକମାନଙ୍କ ଉପରେ ଜୁଲମ ବନ୍ଦ କରାଯାଉ ।ଟାକରା ଝୀଂଟିକାବାରି ଠାରେ ୪ ବର୍ଷ ହେଲା ନିର୍ମାଣ ଶେଷ ହୋଇଥିବା ଗ୍ରୀଡ଼କୁ ଯଥା ଶୀଘ୍ର ଚାଲୁ କରାଯାଉ ।


ବୁଧବାର ଦିନ ଶହ ଶହ ଜନ ସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ଦଶପଲ୍ଲା ପ୍ରଭୁ ମହାବୀରଙ୍କ ପୀଠରୁ ଆସି ସହର ପରିକ୍ରମା ପରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।ଆସନ୍ତା ୨୫ ତାରିଖ ଭିତରେ ଯଦି ମୌଳିକ ଦାବି ସରକାର ସମାଧାନ ଦିଗରେ ଟାଳତୁଳ ନୀତି ଅଵଲମ୍ବନ କାରନ୍ତି ତେବେ ଜୁନ ୩୦ ତାରିଖ ଦିନ ଦଶପଲ୍ଲା ବନ୍ଦ କରିବାକୁ ଚେତବନୀ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦଶପଲ୍ଲା ବିଦ୍ୟୁତ ଉପୋଭୋକ୍ତା ସଂଘର ଆହ୍ୱାନ କ୍ରମେ ସଭାପତି ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଗଣ ସଂଗଠନ, ଦଶପଲ୍ଲା ଏ ନ ଏ ସି ର ଅଧକ୍ଷା ଇଂ ପୁନମ ପ୍ରିୟ ଦର୍ଶିନୀ,ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ କୁମାର ପଟନାୟକ, ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଗୋକୁଳ କୁମାର ଷଡ଼ଙ୍ଗୀ, ବିକ୍ରମ ସ୍ବାଇଁ, ମହାବୀର ବଣିକ ମହାସଂଘ ସଭାପତି ଅଲେଖ ସାହୁ, ପୂର୍ବତନ ବ୍ଳକ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ, ଦଶପଲ୍ଲା ବ୍ଳକ ସରପଞ୍ଚ ସଂଘ ସଭାପତି ବରୁଣ କୁମାର ପାତ୍ର, ଘରୋଇ ବସ ମାଲିକ ସଂଘ ସଭାପତି ସୂର୍ଯ୍ୟମଣୀ ଦାଶ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅଧିବକ୍ତା ସୁଶାନ୍ତ କୁମାର ପାତ୍ର, ଅଧିବକ୍ତା ଦିଲ୍ଲୀପ କୁମାର ପଣ୍ଡା, ରୋଟାରୀ କ୍ଳବ ସଭାପତି ବିଜୟ କୁମାର ଅଗ୍ରୱାଲ, ସମ୍ପାଦକ ସନ୍ତୋଷ କୁମାର ସାହୁ, ସ୍ପଟିଭ ସ୍ପର୍ଟ ସୋସାଇଟି ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର, ପ୍ରେସ କ୍ଳବ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ୨୦ ଗୋଟି ଯୁବକ ସଂଘ ଓ କ୍ଳବର ପ୍ରତିନିଧି ଶୋଭାଯାତ୍ରା ଓ ବିକ୍ଷୋଭରେ ସାମିଲ ହୋଇଥିଲେ, ହାତରେ ବିଞ୍ଚଣା ଓ ଲଣ୍ଠନ ଧରି । ଦାବୀ ପତ୍ର ଦେବା ସମୟରେ ତହସିଲର କୌଣସି ବରିଷ୍ଠ ଅଧିକାରୀ ନଥିବା ହେତୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଏହାର ପ୍ରତିବାଦରେ ତହସିଲ ଫାଟକ ସମ୍ମୁଖରେ କିଛି ସମୟ ଧାରଣାରେ ବସି ରହିବା ପରେ ଓ ହନୁମାନ ଚାଳିଶା ପାଠ ଚାଲିଥିଲା । ଶେଷରେ ବାଧ୍ୟ ହୋଇ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ କ୍ଷମତା ପ୍ରାପ୍ତ ଅଧିକାରୀ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ପଠାଇବା ପରେ ସେ ଦାବି ପତ୍ର ଗ୍ରହଣ କରିଥିଲେ । ଆଇନୀ ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ବିକ୍ଷୋଭ ସ୍ଥଳରେ ଉପଭୋକ୍ତା ସଂଘ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ମହାଖୁଡ଼, ଦିବ୍ୟାଙ୍ଗ ଲଷ୍ମୀଧର ବେହେରା, ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଜୀବନ ପଟନାୟକଙ୍କ ସମେତ ବହୁ ନେତୃତ୍ୱ ନ୍ୟାର୍ଯ୍ୟ ଦାବୀକୁ ସମର୍ଥନ କରି ଅଭିଭାଷଣ ରଖିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
