July 28, 2025
Home » ଟ୍ରକକୁ ଧକ୍କା ଦେଲା କୋର୍ଟ ଭ୍ୟାନ

ଟ୍ରକକୁ ଧକ୍କା ଦେଲା କୋର୍ଟ ଭ୍ୟାନ

0
WhatsApp Image 2025-01-09 at 12.42.31 PM

ସୁବର୍ଣ୍ଣପୁର – ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକ ରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ କୁ ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ । ମୁଦାଲା ଙ୍କୁ ନେଇ କଣ୍ଟାମାଳ କୋର୍ଟ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି l ଅଳ୍ପକେ ବର୍ତ୍ତିଲେ ୧୦ ରୁ ଉର୍ଦ୍ଧ୍ୱ ମୁଦାଲା। ଜଣେ ମୁଦାଲା ଓ ଜଣେ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l କୋର୍ଟ ଭ୍ୟାନ୍ ର କାଗଜ ପତ୍ର ଠିକ୍ ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଯଦି ସାଧାରଣ ଲୋକ ଙ୍କ ଗାଡି ମୋଟର ର କାଗଜ ପତ୍ର ଠିକ ନ ଥିବ ତେବେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କେତେ ଖୋଳ ତାଡ ଆରମ୍ଭ ହେବ l ପରିବହନ ଆଇନ ଅନୁସାରେ ଜୋରିମାନା କରାଯିବ l ହେଲେ କୋର୍ଟ ଭ୍ୟାନ ର କାଗଜ ପତ୍ର ନ ଥିବା ଆଶ୍ଚର୍ଯ୍ୟ ଲାଗୁଛି l ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ବୁଝା ସୁଝା କରୁଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *