ଟ୍ରକ୍ ପିକଅପ୍ ମୁହାଁମୁହିଁ ଧକ୍କା: ପିକଅପ ଡ୍ରାଇଭର ମୃତ
l ସୁବର୍ଣ୍ଣପୁର —- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜାମଛାପର ଛକ ନିକଟରେ ଟ୍ରକ୍ ଓ ପିକଅପ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ୍ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ପିକଅପ୍ ( ନମ୍ବର AP -39WJO 298)ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଡ୍ରାଇଭରଙ୍କ ଗାଡି ଭିତରେ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲା l ଅଗ୍ନିଶମ ବାହିନୀ ଡ୍ରାଇଭର ଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
