ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଈଶୀପ୍ଳାଵନୀ ଉତ୍ସବ:

ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହାମୋହତ୍ସବ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଵଡଦା ଙ୍କ ୪୮ ତମ ଯଶିପୁର ଆଗମନୀ ସ୍ମୃତି ମହୋତ୍ସବ ଏବଂ ପୂଜ୍ୟପାଡ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଆଶ୍ରିବାଦପୂତ 3ୟ ବାର୍ଷିକୀ ଯଶିପୁର ଶ୍ରୀ ମନ୍ଦିର ଉଦବୋଧନ ମହୋତ୍ସବ ଉଦ୍ୟେଶ ରେ ଯଶିପୁର ଧୋଵାଡିହା ସ୍ଥିତ ସତସଙ୍ଗ ବିହାର ଠାରେ ଈଶୀପ୍ଳାଵନୀ ଉତ୍ସବ ପାଳନ କରାଯାଇଅଛି । ଏହି ଅବସରରେ ଠାକୁରଙ୍କ ସାହସ୍ରାଧିକ ପୁରୁଷ ଓ ମହିଳା ଭକ୍ତ ଜିଲ୍ଲାର ର କୋଣ ଅନୁକୋଣ ରୁ ଆସି ସତସଙ୍ଗ ବିହାର ରେ ପ୍ରାତଃ ସମୟରେ ଉଷା କିର୍ତନ ତଥା ପ୍ରାତଃ ଵିନତୀ ପ୍ରାର୍ଥନା ପରେ ଯଶିପୁର ବଜାର ପରିକ୍ରମା କରି ନଗର କିର୍ତନ କରିଥିଲେ । ନଗର କିର୍ତନ ପରେ ହଜାର ହଜାର ଭକ୍ତ ଗଣ ଙ୍କ ଉପସ୍ଥିତି ରେ ସତସଙ୍ଗ ଏବଂ ସଦାଲୋଚନା ହୋଇଥିଲା। ସହପ୍ରତିରିତୀକ୍ ଡ଼ଃ ତପନକୁମାର ମାଟିଆ ସତସଙ୍ଗ ସଭା ପରିଚାଳନା କରିଥିଲେ। ଏହି ଅବସର ରେ ପ୍ରାର୍ଥନା ମୃତ୍ୟୁଞ୍ଜୟ ଭୋଳ, ସତ୍ୟାନୁସରଣ ପାଠ ଯୁଧିଷ୍ଠିର ମହାନ୍ତ (ଯାଜକ ),ଭଜନ ଗାନ ସୁନୀଲ କୁମାର ବାରିକ ଏବଂ ଡୋଲୀ ରାଣୀ ଦାସ, କୋରସ ଆଦିତ୍ୟ ନାଥ ଉପାଧ୍ୟାୟ ଏବଂ କୀର୍ତନ ପ୍ରତାପ ଚନ୍ଦ୍ର ପଶୁପାଳକ ପରିବେଷଣ କରିଥିଲେ। ଏଥିରେ ଯୋଗ ଦେଇଥିବା ମୁଖ୍ୟ ଵକ୍ତା ଡ଼ଃ ରମାକାନ୍ତ ମିଶ୍ର ଯାଜନ ମାଧ୍ୟମରେ ସତଶିକ୍ଷା,ସତ ଦୀକ୍ଷା,ଭକ୍ତି ପ୍ରେମ ରେ ବ୍ରତୀ ହେବା ତଥା ଗୁରୁ ଗ୍ରହଣ ର ପ୍ରୟୋଜନୀୟତା ଉପରେ ଆଲୋକପାତ କରି ଭକ୍ତଗଣ ଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ତତସହିତ ସେହି ଉତ୍ସବ ରେ ଭୂମିକା ଚକ୍ଷୁ ଚିକିତ୍ସ୍ୟାଳୟ ପକ୍ଷ ରୁ ଚକ୍ଷୁ ଶିବିର ଏବଂ ଅନ୍ୟ ବିଭିନ୍ନ ବିଭାଗ ର ସ୍ୱାସ୍ଥ୍ୟ ଶିଵିର କରାଯାଇ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଇଥିଲା। ଅପରାହ୍ନ ରେ ସତସଙ୍ଗବିହାର ରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିଲା ।ସହପ୍ରତିରିତୀକ୍ ପରମାନନ୍ଦ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଯଶିପୁର ସତସଙ୍ଗ ବିହାର ର ଦେବେନ୍ଦ୍ର ନାଥ ମହାନ୍ତ (ସ. ପ୍ର. ରି ), ବେଣୁଧର ମହାନ୍ତ (ସ. ପ୍ର. ରି), ଲମ୍ବୋଧର ମହାନ୍ତ (ସ. ପ୍ର. ରି) ଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମୀ ଓ ସତସଙ୍ଗୀଵୃନ୍ଦ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଉତ୍ସବ ରେ ବାରିପଦା, କରଞ୍ଜିଆ, ଉଦଳା, ରାଇରଙ୍ଗପୁର, କେନ୍ଦୁଝର, ଟାଟା , ବାଙ୍ଗିରିପୋଷି, ବିଶୋଇ, ସଢ଼େଇକଳା, ଖରାସୁଆଁ, ବହଳଦା, ଗୋରୁମହିଷାଣୀ,ଡାଳିମା ଆଦି ସ୍ଥାନ ରୁ ତିନି ହଜାର ରୁ ଉର୍ଦ୍ଧ ଭକ୍ତ ଆସି ଯୋଗ ଦେଇଥିଲେ।
rairangapur ru nigamananda pattanayak