August 21, 2026
Home » ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ

ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ

0
WhatsApp Image 2026-01-16 at 9.06.26 PM

ବ୍ରହ୍ମପୁର,: ପୁରୁଷୋତ୍ତମପୁର ଅନ୍ତର୍ଗତ ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’​ଅନ୍ତର୍ଜାତୀୟ କୃଷ୍ଣଭାବନାମୃତ ସଂଘ (ଇସ୍କନ), ଅଙ୍କୁଶପୁର ଶାଖା ପକ୍ଷରୁ ଏକ ଭବ୍ୟ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ ଆୟୋଜନ ହୋଇଯାଇ ଅଛି । ‘ଅଜାମିଳ ଚରିତ’
​ଏକ ସପ୍ତାହବ୍ୟାପୀ ମହୋତ୍ସବରେ ଶ୍ରୀମଦ୍ ଭାଗବତର ଏକ ଅତି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ଅଜାମିଳ ଚରିତ’ ବା ‘ନାମ ମାହାତ୍ମ୍ୟ’ ଉପରେ ଆଲୋକପାତ କରାଯାଇଥିଲା। ଭଗବାନଙ୍କ ନାମ ସଂକୀର୍ତ୍ତନ ଦ୍ୱାରା ଜଣେ ବ୍ୟକ୍ତି କିପରି ସମସ୍ତ ପାପରୁ ମୁକ୍ତି ପାଇ ପରମଗତି ପ୍ରାପ୍ତ କରିପାରିବେ, ତାହା ଏହି ପ୍ରସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା​ବକ୍ତା ଓ ଅତିଥି ଭାବେ ​ଇସ୍କନ ଭୁବନେଶ୍ୱରର ବିଶିଷ୍ଟ ପ୍ରବକ୍ତା ଶ୍ରୀପାଦ ଅକ୍ଷୟହରି ଦାସ ନିଜର ସୁଲଳିତ କଣ୍ଠରେ ଭାଗବତ କଥା ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମ ଇସ୍କନର ସଂସ୍ଥାପକ ଆଚାର୍ଯ୍ୟ ଜଗଦଗୁରୁ ଶ୍ରୀଳ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନରେ ଅନୁଷ୍ଠିତ ହେଉଛି।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।