September 26, 2026
Home » ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ

ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ

0
WhatsApp Image 2026-09-26 at 5.25.58 PM

 

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ନେତା ଦୀପକ ଦାସଙ୍କ ଅପମୃତ୍ୟୁକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଯୋଗ ଦେଇଥିଲେ l
ସାମ୍ବାଦିକଙ୍କୁ ଡ଼.ପଟ୍ଟନାୟକ କହିଥିଲେ ଯେ, ଦୀପକ ଦାସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳ ତଥା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ଥିଲେ ।ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଓ ଯୁବ କଂଗ୍ରେସର ନେତା ଥିଲେ ।ତାଙ୍କ ପରିବାର ରେ ତାଙ୍କର ସ୍ତ୍ରୀ ଓ ଦୁଇ ଜନ ଛୋଟ ଛୁଆ ଅଛନ୍ତି, ଏହା ଛଡା ବୁଢା ବାପା ଓ ମା ଅଛନ୍ତି ।ସେ ରାଜନୈତିକ କାର୍ଯ୍ୟ ସହ ଜଣେ ସମାଜ ସେବୀ ଓ ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ଲଢୁଥିବା ଯୋଦ୍ଧା ଥିଲେ, ଚାନ୍ଦବାଲି ଅଞ୍ଚଳରେ ସାଧାରଣ ଲୋକଙ୍କ ଦୁଃଖ ସୁଖରେ ଚିଡା ହେଉଥିଲେ ।ଘଟଣାକ୍ରମେ ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଚାଲୁଥିବା ଏକ ଘରୋଇ ନର୍ସିଂହୋମରେ ଅନୈତିକ ଉପାୟରେ ହେଉଥିବା ଭୃଣର ଲିଂଗ ନିରୂପଣ ଓ ଭୃଣ ହତ୍ୟା ବିଷୟରେ ଜାଣିବାକୁ ପାଇଥିଲେ ଓ ଏହି ବିଷୟରେ ସ୍ୱର ଉଠାଇଥିଲେ। ଏଠାରେ ଏହା ଉଲ୍ଲେଖ ଯୋଗ୍ୟ ଯେ, ସେ ଘରୋଇ ନର୍ସିଂହୋମ ହେଉଛି ଭଦ୍ରକ ଜିଲ୍ଲା ଯୁବ ବିଜେପି ସଭାପତି ତପନ ରାଉତ ଙ୍କର ଜଣେ ନିକଟ ସମ୍ପର୍କୀୟଙ୍କର। ଏଥିରେ ବର୍ତ୍ତମାନ ରାଜ୍ୟ ସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତିଙ୍କର ମଧ୍ୟ ଅଂଶୀଧାର ଅଛନ୍ତି।ବିଗତ କିଛି ମାସ ପୂର୍ବରୁ ଜଣେ ଅବିବାହିତ ଯୁବତୀ ଯେ କି କୋଶମୋବଜାରରେ ସେଲ୍ସ ଗର୍ଲ ଭାବେ କାର୍ଯ୍ୟରତ ଥିଲେ, ତାଙ୍କର ଏହି ନର୍ସିଂହୋମରେ ଗର୍ଭପାତ ହୋଇଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ସଂକ୍ରାନ୍ତରେ ମଧ୍ୟ ବାସୁଦେବପୁର ଥାନାରେ ମାମଲା ରୁଜୁ ହୋଇଛି ।ସେହିଭଳି ଚାନ୍ଦବାଲି ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ପରେଶ ମହାନ୍ତି ଓ ଅନ୍ୟ ପୁଲିସ କର୍ମଚାରୀମାନେ ଅନ୍ୟାୟ ଓ ଦୁର୍ନୀତିରେ ଲିପ୍ତ ରହିବା ସହ ସରକାରୀ ଦଳର ହାତ ବାରିସି ସାଜି କାମ କରୁଥିଲେ।ଏହି ସବୁ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଉଥିବାରୁ ସେ ଚାନ୍ଦବାଲି ଥାନା ଆଇଆଇସିଙ୍କର ପରମ ଶତ୍ରୁ ପାଲଟି ଯାଇଥିଲେ ।ଏତଦ ବ୍ୟତୀତ ମୃତ ଦୀପକ ଦାସ ଚାନ୍ଦବାଲି ଥାନାରେ ଏକ ବ୍ୟକ୍ତି ମିତୁ ମଲିକ ନାମରେ ଅଭିଯୋଗ କରିଥିଲେ ଯେ, ସେ ତାଙ୍କ ସ୍ତ୍ରୀ ଓ ଛୋଟ ଝିଅକୁ ନେଇ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରୁଛି, ଏହା ଛଡା ହ୍ୱାଟ୍ସଆପ ମାଧ୍ୟମରେ ତାର ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରୁଛି । ପ୍ରଥମେ ସେ 2025 ମସିହା ଅଗଷ୍ଟ ମାସରେ ରିପୋର୍ଟ କରିଥିଲେ ମଧ୍ୟ ଆଇଆଇସି ପରେଶ ମହାନ୍ତି କୌଣସି କର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ବାରମ୍ବାର ଜିଲ୍ଲାପାଳ ଜନ ଶୁଣାଣିରେ ଜାବ ପରେ ଜାନୁଆରୀ ମାସ 2026 ମସିହାରେ ଚାନ୍ଦବାଲି ଥାନାରେ ଏଫଆଇଆର ନଂ. 31 ରୁଜୁ ହୋଇଥିଲା । କିନ୍ତୁ ସେ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ କୌଣସି କର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଏହି ଘଟଣା ପାଇଁ ତାଙ୍କର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲା ଓ ପାରିବାରିକ ଜୀବନରେ ଶାନ୍ତି ନଥିଲା ।ଏହି ଘଟଣାରେ ମର୍ମାହତ ହୋଇ ସେ ଆଇଆଇସି ଚାନ୍ଦବାଲି ଓ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ଏକ ଭିଡିଓ ବନେଇ ନିଜର ଫେସବୁକ୍ ରେ ସେପ୍ଟେମ୍ବର ମାସ 6 ତାରିଖରେ ପୋଷ୍ଟ କରିଥିଲେ। ଯାହାକି ଆଇଆଇସି ଓ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ଆସିଲା ପରେ ସେମାନେ ଏକ ଚକ୍ରାନ୍ତ କରି ଦୀପକ ଦାସକୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ ।ସେହି ସେପ୍ଟେମ୍ବର 6 ତାରିଖରେ ଦୀପକ ଦାସର ସ୍ତ୍ରୀ ଦୀପା ଦାସ ଘରୋଇ ହିଂଶାକୁ ନେଇ ଚାନ୍ଦବାଲି ଥାନାରେ ଏକ ଅଭିଯୋଗ କରିଥିଲେ। ଚାନ୍ଦବାଲି ଆଇଆଇସି କେସ ରେଜିଷ୍ଟର ନକରି ନିଜ ଷଡଯନ୍ତ୍ର ମୁତାବକ ନିଜ ଷ୍ଟାଫ ସହ ଦୀପକ ଦାସର ଚାନ୍ଦବାଲି ଘରେ ସେପ୍ଟେମ୍ବର ରାତି 11 ଟା ସମୟରେ ଚଢାଉ କରିଥିଲେ ଓ ତାକୁ ନାନାଦି ନିର୍ଯାତନା ଦେଇ ଥିଲେ ଯାହା ଫଳରେ ସେ ପୁଲିସ ଚାପରେ ବିଷ ପିଇ ଦେଇଥିଲା । ଏହାପରେ ପୁଲିସ ନିଜକୁ ବଞ୍ଚେଇବା ପାଇଁ ରାତି 12 ଟାରେ ଏକ ଘରୋଇ ହିଂଶା ମାମଲା ଚାନ୍ଦବାଲି ଥାନା କେସ ନମ୍ବର 318 ରୁଜୁ କରିଥିଲା।

ଏହାପରେ ପୁଲିସ ଦୀପକ ଦାସକୁ ଚାନ୍ଦବାଲି ହସ୍ପିଟାଲ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲ କୁ ନେଇଥିଲେ। ଏଠାରେ ପୁଲିସ ଦୀପକ ଦାସ ଟ୍ରେଟମେଣ୍ଟ ରେ ବହୁତ ଅବହେଳା କରିଥିଲେ। ଦୀପକ ଦାସର ପରିବାର କୌଣସି ସଦସ୍ୟ ଙ୍କୁ ଜଣାଇ ନଥିଲେ ।

ପରବର୍ତ୍ତୀ ସମୟରେ ସେ କଟକ ଏସସିବି ମେଡିକାଲରେ ମୃତ୍ୟୁର ଶେଷ ସମୟରେ ଆଡମିଟ ହୋଇଥିଲେ, ଓ ତାଙ୍କର ମୃତ୍ୟୁ ହୋଇଥିଲା।

ଆଇଆଇସି ଓ ଆରକ୍ଷୀ ଅଧିକ୍ଷକ ମୃତ ଦୀପକ ଦାସ ପରିବାର ଉପରେ ବିଭିନ୍ନ ଉପାୟରେ ଚାପ ପକାଇ ମୃତ ଦେହକୁ ଜବରଦସ୍ତ ପୁଲିସ ନିଜେ ପୋତି ଦେଇଥିଲା ।
ଡ଼ ପଟ୍ଟନାୟକ ପ୍ରଶ୍ନ ପଚାରିଛନ୍ତି ଯେ, ଦୀପକ ଦାସ ବିରୁଦ୍ଧରେ କୌଣସି ମାମଲା ନଥାଇ କାହିଁକି ରାତିରେ ତା ଘରେ ଚଢାଉ କରିଥିଲା ।
ଦୀପକ ଦାସ କୌଣସି ରେପ କି ମର୍ଡର ଅଭିଯୋଗ ନଥିଲା, କେବଳ ଏକ ଘରୋଇ କଳି ଝଗଡା ମାମଲାରେ ପୁଲିସ ତାକୁ ଦିନରେ ଥାନାକୁ ଡାକି ପାରିଥାନ୍ତା, କାଉନସେଲିଂ କରି ପାରିଥାନ୍ତା । କେଉଁ ଉଦ୍ଦେଶ୍ୟରେ ସେ ଘରେ ଏକୁଟିଆ ଥିବାବେଳେ ପୁଲିସ ଚଢାଉ କଲା ।
ପୁଲିସ ଆଇଆଇସି ଓ ଏସପିଙ୍କୁ ଆକ୍ଷେପ କରିବାରୁ ଏହି ଦଣ୍ଡ ତାଙ୍କୁ ମିଳିଲା କି ?
ନା ପୁଲିସ ବିଜେପି ଦଳର ଏଜେଣ୍ଟ ସାଜି ଭଦ୍ରକ ଯୁବ ସଭାପତି ଚନ୍ଦନ ରାଉତ ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଦେଶରେ ତାକୁ ହତ୍ୟା କରିବାର ଷଡଯନ୍ତ୍ର କରି ଯାଇଥିଲା କି?
ବାସୁଦେବପୁରରେ ଚାଲୁଥିବା ଘରୋଇ ନର୍ସିଂହୋମ ମାଲିକଙ୍କର ଏଥିରେ କଣ ସମ୍ପୃକ୍ତି ରହିଛି ?
ଜଣେ ଦଳିତ ଓ ଗରିବ ପରିବାର କୁ ପୁଲିସ ଚାପ ପକାଇ ଚୁପ ରହିବା ପାଇଁ ନାନାଦି ଧମକ ଚମକ ଦେଉଛି ?
ଯଦି ଦୀପକ ଦାସ ନିଜ ଇଚ୍ଛା ରେ ବିଷ ପିଲେ ତେବେ ତାଙ୍କ ପରିବାରକୁ କନହାକି ସୂଚନା ଦିଆ ଗଲା ନାହି ?
ଏହି ମୃତ୍ୟୁ ଏକ ରାଜନୀତିକ ଷଡଯନ୍ତ୍ର ଭଳି ପ୍ରତୀତ ହେଉଛି l
ତେଣୁ ପୁଲିସ ପ୍ରଶାସନ ଦୀପକ ଦାସଙ୍କ ମୃତ୍ୟୁ ବିଷୟରେ ବ୍ୟାପକ ତଦନ୍ତ କରି ଦୋଷୀଙ୍କୁ କାଠଗଡ଼ରେ ଛିଡା କରାଯାଉ ବୋଲି ଡ଼ ପଟ୍ଟନାୟକ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *