October 29, 2025
Home » ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫

0
WhatsApp Image 2025-10-28 at 5.54.17 PM

 

ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ସରକାରୀ କର୍ମଚାରୀ କଲେ ସାଧୁତାର ଶପଥ ପାଠ

ବରଗଡ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ରାଜ୍ୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ନେତୃତରେ ଉଭୟ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ସଦର ମହକୁମାର ସମସ୍ତ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ OSWAN ହଲ ଠାରେ ଉପସ୍ଥିତ ରହି ସାଧୁତାର ଶପଥ ପାଠ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ମଧୁଛନ୍ଦା ସାହୁ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉତ୍କୋଚର କୁପ୍ରଭାବ ବିଷୟରେ ବୁଝାଇ କହିବ ସହ “ଦୁର୍ନୀତି ନିବାରଣ: ଆମର ସାମୁହିକ ଦାୟିତ୍ଵ” ମୂଳମନ୍ତ୍ରରେ ଦୀକ୍ଷିତ ହେବା ସହ ଆଜି କରିଥିବା ସାଧୁତାର ଶପଥ ପାଠକୁ ନିଜ ଜୀବନରେ ଉପଯୋଗ କରି ଏକ ସୁସ୍ଥ ଏବଂ ଉତ୍କୋଚ ମୁକ୍ତ ସମାଜ ଗଠନ ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ କରିଛନ୍ତି । ରାଜ୍ୟ ସ୍ତରୀୟ ଆଭାସୀ କାର୍ଯ୍ୟକ୍ରମ ସାରିବା ପରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ନିଜର ସମସ୍ତ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି ।ସୂଚନାଯୋଗ୍ୟ କି, ଆଗାମୀ ୦୨.୧୧.୨୦୨୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମ ସଭା, ସଚେତନତା ରାଲି ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ଲୋକଙ୍କୁ ସଚେତନ କରିବା ଯୋଜନା ରହିଅଛି ।

ବରଗଡ଼ ଜିଳ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ଏଜେନ୍ସୀ)

Leave a Reply

Your email address will not be published. Required fields are marked *