ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉତ୍ସବ ପାଳିତ


ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ତରଫରୁ ସଚେତନତା ସପ୍ତାହ ତା 26 ଅକ୍ଟୋବର ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି | ଏହି ଅବସରରେ ଆଜି ଦୁର୍ନୀତି ନିବାରଣ ବିଭାଗ ଓ ବିଭିନ୍ନ ଉଚ୍ଚ ବିଦ୍ୟାଳୟର NCC ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଛି l ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି କୋର୍ଟ ପେଟା ଛକ ଏବଂ କୋର୍ଟ ପେଟା ଛକ, କମାପଲ୍ଲୀ ଛକ ଓ ଟାଟା ବେଞ୍ଜ ଛକ ପର୍ଯନ୍ତ ସଚେତନତା ରାଲି ଆୟୋଜନ କରାଯଇଥିଲା l ଏହି ରାଲିକୁ ଶ୍ରୀ ତ୍ରିଲୋଚନ ସ୍ବାଇଁ, ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର ଯୋଗଦାନ କରି ପତାକା ଦେଖାଇ ଶୁଭରମ୍ବ କରିଥିଲେ l ଉପସ୍ଥିତ ଥିବା ଛାତ୍ର ଛାତ୍ରୀ, ମାନଙ୍କୁ ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ସମାଜରେ ସବୁ ସ୍ତରରେ ଦୁର୍ନୀତିକୁ ମୂଳତ୍ପାଟନ କରିବା ନିମନ୍ତେ ଆଜିର ଯୁବ ପିଡି ପ୍ରମୁଖ ଭୂମିକା ରହିଅଛି ଏବଂ ଆଗାମୀ ଭବିଷ୍ୟତରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରାଯାଇ ପାରିବ ଓ ଏ ଦିଗରେ ସମସ୍ତ ନାଗରିକ ଓ ଜନସାଧାରଣ ସଚେତନ ହେବା ଜରୁରୀ l
ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଓ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ସମସ୍ତ ଅଧିକାରୀ ଓ କର୍ମଚାରୀ ତା.26 ରିଖ ରେ ଶପଥ ପାଠ କରିଥିଲେ l ଜିଲ୍ଲାର ପ୍ରତେକ ବ୍ଲକ, ମ୍ୟୁନିସିପାଲିଟି, ଏନଏସି ଓ ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା କରି ଜନ ସାଧାରଣମାନଙ୍କୁ ସଚେତନତା କରାଯାଉଛି l
ଆଜିର ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସମେତ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶରତ ଚନ୍ଦ୍ର ସାହୁ, ଶ୍ରୀମତୀ ସବିତାଞ୍ଜଳି ନାୟକ, ଇନସପେକ୍ଟର ଶ୍ରୀ ରାଜୀବ କୁମାର ବେହେରା, ରାଜେନ୍ଦ୍ର କୁମାର ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଶ୍ରୀମତୀ ବୈଦେହୀ କୁମାରୀ ବେହେରା, ବିଜୟ ଲଷ୍ମୀ ପଣ୍ଡା ଓ କାଯ୍ୟଳୟର ସମସ୍ତ କର୍ମଚାରୀ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ପ୍ରମୁଖ ଯୋଗଦାନ କରିଥିଲେ l
ଗଂଜାମ ଜିଲ୍ଲା ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )