June 1, 2026
Home » ଦେଶୀ ପିସ୍ତଲ ଯୋଗାଣକାରୀକାଳିଆ ପଲେଇ ଗିରଫ ।

ଦେଶୀ ପିସ୍ତଲ ଯୋଗାଣକାରୀକାଳିଆ ପଲେଇ ଗିରଫ ।

0
WhatsApp Image 2026-06-01 at 12.43.24 PM

 

ପୁରୀରେ ଦେଶୀ ପିସ୍ତଲ କାରବାର କରୁଥିବା ଦୁର୍ବୃତ୍ତ ଗିରଫ ହେବା ଭୟରେ ଫେରାର ହୋଇଯାଇଥିଲା । ତେବେ ଆଜି ସେ ଲୋକନାଥ ରୋଡ୍ ଷଣ୍ଢଯାଗା ନିକଟରେ ବୁଲାବୁଲି କରୁଥିବା ବେଳେ ପୁଲିସ ତାକୁ ସେଠାରୁ ଗିରଫ କରିଛି | ଏ ସଂକ୍ରାନ୍ତରେ ଟାଉନ୍ ମାସରେ ୮୫/୨୬ ନମ୍ବରରେ ଏକ ମାମଲା ରୁଜୁ କରିଥିଲା । ଆର୍ଜି ଏହି ଥାନା ପୁଲିସ ଗତ ଫେବ୍ରୁଆରି ମାମଲାରେ ପୁଲିସ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ରାହାଙ୍ଗିରୀଆ ଗାଁର କାଳିଆ ଓରଫ କୃଷ୍ଣଚନ୍ଦ୍ର ପଲେଇ(୩୭)କୁ ଗିରଫ ପରେ କୋର୍ଟଚାଲାଣ କରିଛି | ପୁଲିସ ସୂତ୍ରରୁ ପ୍ରକାଶ ଯେ ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଦୁର୍ବୃତ୍ତ ଟାଉନ ଥାନା ଅନ୍ତର୍ଗତ ବାରବାଟି ଯାଗା ନିକଟରେ ଦେଶୀ ପିସ୍ତଲ ଧରି ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ଖବର ମିଳିଥିଲା | ପୁଲିସ ସେଠାରେ ସଦଳବଳେ ଚଢ଼ଉ କରି ଟାଉନ୍ ଥାନା ଅନ୍ତର୍ଗତ ହରଚଣ୍ଡୀସାହି ଲୋକନାଥ ରୋଡ୍‌ର ଜ୍ଞାନେନ୍ଦ୍ର ମାଣିଆ(୩୩)କୁ ଧରିଥିଲା। ତାକୁ ଯାଞ୍ଚ କରିବାରେ ତା ନିକଟରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ, ମାଗାଜିନ୍, ଏକ ଲାପ୍‌ଟପ୍, କିବୋର୍ଡ, ଦୁଇଟି ମୋବାଇଲ ଫୋନ୍, ମୋବାଇଲ ଫୋନ୍ ଚାର୍ଜର ଓ ୧୫ଶହ ଟଙ୍କା ଜବତ କରିଥିଲା | ତେବେ ସେ ଗତ ୬ ମାସ ପୂର୍ବେ ଏହି ପିସ୍ତଲକୁ ନାଗାମଠ ଲେନ୍‌ର ଶିବାନୀ ଶଙ୍କର ମହାପାତ୍ର(୩୭) ଠାରୁ ୨୦ ହଜାର ଟଙ୍କାର କିଣିଥିବା କହିଥିଲା | ପୁଲିସ ପ୍ରଥମେ ଜ୍ଞାନେନ୍ଦ୍ରକୁ -ଗିରଫ କରିଥିଲା | ତା’ପରେ ପୁଲିସ ଶିବାନୀକୁ ଧରିବା ପରେ ସେ କହିଥିଲା ଯେ ସେ ଗତ ଏକ ବର୍ଷ ପୂର୍ବେ ଏହି ପିସ୍ତଲକୁ ହରେକୃଷ୍ଣପୁର ରାହାଙ୍ଗିରିଆ ଗାଁର କାଳିଆ ପଲେଇଠାରୁ କିଣିଥିବା ନେଇ ସ୍ଵୀକାର କରିଥିଲା | ତେଣୁ କାଳିଆ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜାଣିବା ପରେ ସେ ଡାଇକୋର୍ଟରେ ଜାମିନ ଆବେଦନ କରିଥିଲା | ମାତ୍ର ମାନ୍ୟବର ବିଚାରପତି ଏହି ଆବେଦନକୁ ଗ୍ରହଣ ନକରି ଫେରାଇ ଦେଇଥିଲେ |

Leave a Reply

Your email address will not be published. Required fields are marked *