October 18, 2026
Home » ଧରଣୀଧର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିଜୟ ଶୋଭାଯାତ୍ରା

ଧରଣୀଧର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିଜୟ ଶୋଭାଯାତ୍ରା

0
WhatsApp Image 2026-10-17 at 9.54.46 PM

 କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରିଯାଇଛି। ସେହିପରି ଧରଣୀଧର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏକ ମାତ୍ର ହୁମାନଟି ସୋସାଇଟି ସମ୍ପାଦକ ଭାବେ ଶୁଭମ ବାରିକ ଏନଏସୟୁଆଇ ବା ଛାତ୍ର କଂଗ୍ରେସର ପ୍ରାର୍ଥୀ ଭାବେ ବିଜୟ ଲାଭ କରିଛନ୍ତି। ତେଣୁ ତାଙ୍କ ବିଜୟ ପରେ ଏକ ଶୋଭାଯାତ୍ରାରେ କଲେଜ କ୍ୟାମ୍ପସ ଠାରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଶତାଧିକ ଛାତ୍ର କଂଗ୍ରେସ ନେତା ଉପସ୍ଥିତ ଥିଲେ। ଜ଼ିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ ଶୁଭମ ରାଜ କହିଛନ୍ତି ଏବିଭିପିର ପ୍ରାର୍ଥୀ ଏବଂ ବିଜେପି ନେତାମାନେ ସବୁ କଲେଜରେ ଅର୍ଥବଳ, ବାହୁବଳ ଏବଂ ପୋଲିସ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥ, ଖାଦ୍ୟ, ମଦ ଏବଂ ଧମକ ଚମକ ଦେଇ ଏବିଭିପି ନିଜ ପ୍ରାର୍ଥୀଙ୍କୁ ଜିତାଇଛି।ଏହି ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜେପି ନେତା ମାନେ ପତିଆରା ବେପାର ବଢ଼ାଇବାକୁ ଏକ କୋଟିରୁ ଅଧିକା ଟଙ୍କା ଖର୍ଚ୍ଚ କରିଛନ୍ତି।ଏପରି ମଧ୍ୟ ଖୋଦ ମୋହନ ଚରଣ ମାଝୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବ ପାଇଁ ଭୋଟ ଚୋରି କରିଛନ୍ତି।ଏହି ବିଜୟ ଶୋଭାଯାତ୍ରାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପିସିସି ସମ୍ପାଦକ ଐତିହ୍ୟ ଦିବ୍ୟ ସିଂହ, କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଆନନ୍ଦ ମାଝୀ, ଅମିତ କୁମାର ରାଉତ, ବ୍ୟାସଦେବ ବେହେରା, ମାନସ ବେହେରା, ସଂଗ୍ରାମ ବେହେରା, ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ସାହୁ, ରାମେଶ୍ୱର ନାଗରି, ହୁମାଂଶୁ କୁମାର, ସୌମ୍ୟରଞ୍ଜନ ପଲେଇ, ଛାତ୍ର କଂଗ୍ରେସ ନେତା ସୌମ୍ୟ ସଚିନ ମିଶ୍ର, ଆକାଶ କୁମାର ମହାନ୍ତ, ରତିକାନ୍ତ ପଢ଼ିଆରୀ, ପ୍ରେମ କୁମାର ନାଗରୀ, ରୁପେଶ କୁମାର ମହାନ୍ତ, ସାରିକା ଦାଉଦ ଖାନ, ଚନ୍ଦନ ମହାରଣା ଓ ସତ୍ୟଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *