ଧର୍ମଗଡ଼ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ
ବୀର ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ ସ୍ମୃତିଚାରଣ
ଧର୍ମଗଡ଼,: ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଅଦମ୍ୟ ସାହସ, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଏବଂ ଶହୀଦ ଲକ୍ଷ୍ମଣ ନାଏକଙ୍କ ୧୨୩ତମ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ଼ଠାରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।
ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବରଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ତଥା ଲାଞ୍ଜିଗଡ଼ ବିଧାନସଭା ଆସନର ପ୍ରାର୍ଥୀ ରମେଶ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା, ଅଧ୍ୟକ୍ଷ ବିଜୟ ଦିଶାରୀ, ସରପଞ୍ଚ ମୁକୁନ୍ଦ ଶବର, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ମାଝୀଙ୍କ ସମେତ ମନୋଜ ନାଏକ, ମନୋଜ ପାତ୍ର ଓ ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ଆଦିବାସୀ ନେତାମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜୁନାଗଡ଼ ଓ ଧର୍ମଗଡ଼ ବିଧାନସଭା କ୍ଷେତ୍ରର ବହୁ ଆଦିବାସୀ ନେତା ଓ କର୍ମୀ ଯୋଗଦେଇ ମହାନ ଜନଜାତୀୟ ବୀର ପୁରୁଷମାନଙ୍କ ଦେଶପ୍ରେମ, ସଂଘର୍ଷ ଓ ବଳିଦାନକୁ ସ୍ମରଣ କରିଥିଲେ। ମନୋଜ ପାତ୍ର ଓ ମନୋଜ ନାଏକ ମଞ୍ଚ ପରିଚାଳନା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
