ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଶିଶୁ ମହିଳା ସଦନରେ ଖୁସି ବାଣ୍ଟିଲେ ସହଯୋଗ ଫାଉଣ୍ଡେସନ୍ ଓ ଲାୟନ୍ସ କ୍ଲବ୍ସ୍ୱା
ବଲାଙ୍ଗିର, : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିରରେ ସେବା, ସମ୍ବେଦନା ଓ ମାନବିକତାର ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଛି। ସହଯୋଗ ଫାଉଣ୍ଡେସନ୍ ଓ ଲାୟନ୍ସ କ୍ଲବ୍ ମିଳିତ ଉଦ୍ୟମରେ ଶିଶୁ ମହିଳା ସଦନ ପରିସରରେ ‘ଖୁସିର ପଲ’ ନାମକ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନେ ଶିଶୁ ମହିଳା ସଦନର ଅନ୍ତେବାସୀମାନଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ସହ ଖୁସି ବାଣ୍ଟିଥିଲେ। ଏହି ଅବସରରେ ଅନ୍ତେବାସୀମାନଙ୍କ ମଧ୍ୟରେ ଫଳ, କେକ୍, ବିସ୍କୁଟ୍ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା। ସ୍ନେହ ଓ ଆତ୍ମୀୟତାର ଏହି ମୁହୂର୍ତ୍ତରେ ସଦନର ପରିବେଶ ଆନନ୍ଦମୟ ହୋଇଉଠିଥିଲା।ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ସହ ଯୋଡ଼ିବା ହେଉଛି ଏଭଳି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। “ଖୁସି ବାଣ୍ଟିଲେ ଖୁସି ବଢ଼େ”—ଏହି ବାର୍ତ୍ତାକୁ ନେଇ ଆୟୋଜିତ ଏହି ପ୍ରୟାସ ଉପସ୍ଥିତ ସମସ୍ତଙ୍କ ମନକୁ ଛୁଇଁଥିଲା।ସ୍ୱାଧୀନତା ଦିବସର ଉତ୍ସବକୁ କେବଳ ଆନନ୍ଦରେ ସୀମିତ ନରଖି ସେବା ଓ ମାନବିକତା ସହ ପାଳନ କରିବାର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ପଦକ୍ଷେପ। ସମାଜରେ ପରସ୍ପର ପ୍ରତି ସ୍ନେହ, ସହଯୋଗ ଓ ଦାୟିତ୍ୱବୋଧ ବଢ଼ାଇବାରେ ଏଭଳି କାର୍ଯ୍ୟକ୍ରମ ଏକ ନୂଆ ଆଶା ସୃଷ୍ଟି କରୁଛି।
