ନମ୍ରତା ଫାଉଣ୍ଡେସନ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର —ଆଜି ବୌଦ୍ଧ ସହରାଞ୍ଚଳ ଠାରେ ଅବସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା,ବୌଦ୍ଧ ସହର ର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସୁଲଭ ମୂଲ୍ୟରେ ଚଷମା ନେଇଥିଲେ, ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ସଦସ୍ୟ ମହେନ୍ଦ୍ର ମହାକୁଳ ଏବଂ କୃତିବାସ ପଲିଆ ଓ ମହାନଦୀ ନେତ୍ର ଚିକିତ୍ସାଲୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସହଯୋଗ କରବାର ସଙ୍ଗେ ସଙ୍ଗେ ସଫଳ ମଧ୍ୟ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
