February 9, 2026
Home » ନିଜେ ନାରୀ ନିଜର ପରିଚୟ ଜାଣିବା ଉଚିତ

ନିଜେ ନାରୀ ନିଜର ପରିଚୟ ଜାଣିବା ଉଚିତ

0
WhatsApp Image 2026-01-08 at 8.37.13 AM (1)

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ତରଫରୁ ଭୁବନେଶ୍ୱର ପୁରୀ ରାସ୍ତାରେ ସ୍ଥିତ ଆଡଭେଞ୍ଚର ରିସୋର୍ଟରେ ଦୁଇଦିନିଆ ମହିଳା କଂଗ୍ରେସ ପ୍ରଶୀକ୍ଷଣ ଶିବିର ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ ଶିବିରକୁ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା ରାଜ୍ୟ ମହିଳା କଂଗ୍ରେସ ପ୍ରଭାରୀ ତୁଳିକା କର୍ମା ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ମହିଳା କଂଗ୍ରେସ ଉପଦେଷ୍ଟା ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ନେତ୍ରୀ ରତ୍ନମଣି ଉଲକା, ନାରୀନ୍ୟାୟ ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ବିଶ୍ୱାଳ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପିସିସି ସଭାପତି ଶ୍ରୀ ଦାସ ପ୍ରଶିକ୍ଷଣ ଶିବିର ଉଦଘାଟନ କରି କହିଲେ, ମିନାକ୍ଷୀ ବାହିନୀପତିଙ୍କ ସଂଗ୍ରାମ ବିଷୟରେ କହିଥିଲେ l କର୍ମ କୁ ବାଛିବା ଆଗରୁ ନିଜ ପରିଚୟ କୁ ଜାଣିବା ନିତାନ୍ତ ଜରୁରୀ,କ୍ରିୟାଶୀଳ ଓ ସକ୍ଷମ ମହିଳା ସବୁକିଛି କରିପାରିବ ବୋଲି କହିଥିଲେ l ସେ କହିଲେ ସମ୍ବିଧାନ ରେ 15 ଜନ ମହିଳାଙ୍କୁ ରଖାଯାଇଥିଲା ଏବଂ ସମଭାବlପର୍ଣ୍ଣ ହେବ ପାଇଁ ସେମାନଙ୍କୁ ରଖାଯାଇଥିଲା l ଇନ୍ଦିରାଗାନ୍ଧୀ ନାରୀ ସଶକ୍ତିକରଣ ର ପ୍ରତୀକ ଥିଲେ l ନାରୀ କୌଣସି ବସ୍ତୁ ନୁହେଁ l

ଏବଂ ପ୍ରତ୍ୟେକ ନାରୀ ସଂକଳ୍ପ ନେବା ଦରକାର ଓ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବାକୁ ଦରକାର l ସେ ପ୍ରତିକ୍ରିୟା ନ କଲେ ଅନ୍ୟାୟ ବିରୁଦ୍ଧରେ ଲଢ଼ି ପାରିବନାହିଁ l ସମାଜ ରେ ଜ୍ଞାନୀ ନାରୀର ଅଭାବ ନାହିଁ l କେବଳ କ୍ରିୟାଶୀଳତା ନାହିଁ ଵା ସଂଘବଦ୍ଧ ନାହିଁ ସେଥିପାଇଁ ନାରୀ ଅତ୍ୟାଚାରୀତ ହେଉଛି l ମୁଁ କାହିଁକି ଇନ୍ଦିରାଗାନ୍ଧୀ, ଲକ୍ଷ୍ମୀ ବାଇ ହେଇ ପlରିବି ନାହିଁ ଏହି ସଂକଳ୍ପ ପ୍ରତ୍ୟେକ ନାରୀ ନେବା ଦରକାର l ଲକ୍ଷଲକ୍ଷ ନାରୀ ଯେଉଁଦିନ ଏକତ୍ରିତ ହେବେ ଓ ବାହାରିବେ ସେଦିନ ନାରୀ ନ୍ୟାୟ ସମ୍ଭବ ହୋଇପାରିବ l ଆଜି ନାରୀ କୁ ନ୍ୟାୟ ଦେବାରେ ଓ ସମ୍ମାନ ଦେବାରେ ସରକାର ସମ୍ପୂର୍ଣ ବ୍ୟର୍ଥ ହୋଇଛନ୍ତି l ସମାଜର ପତନ ଧୃତ ଗତି ରେ ଚାଲିଛି l ନାରୀ ଶକ୍ତି ଜାଗରଣ ହେଲେ ଦୁର୍ଗତି ନାଶ ହେବ l ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଲେ ଆଜିର ବାର୍ତ୍ତା ବ୍ଲକସ୍ତର ପର୍ଯ୍ୟନ୍ତ ଯିବା ଦରକାର । ଆଜି ମହିଳାମାନଙ୍କୁ ଆଗକୁ ଆଣିବାପାଇଁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଂଗ୍ରେସ ନେତ୍ରୀ ରତ୍ନମଣି ଉଲାକା କହିଲେ, ସମସ୍ତେ ଗାଁ ଗାଁରେ କଂଗ୍ରେସର ବାର୍ତ୍ତାକୁ ନେଇ ମହିଳା କଂଗ୍ରେସକୁ ମଜବୁତ କରନ୍ତୁ । ନାରୀ ନ୍ୟାୟ ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ବିଶ୍ୱାଳ କହିଲେ, ମହିଳା ମାନଙ୍କୁ ଏକତ୍ରୀତ ହୋଇ ଲଢ଼େଇ ଜାରି ରଖିବାକୁ ପଡ଼ିବ । ଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କୁ ସଚେତନା କରିବାକୁ ପଡ଼ିବ । ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ କହିଲେ, ସାମାଜିକ ନ୍ୟାୟ ବିଷୟରେ କହିଥିଲେ ନିଜର ସଂଗ୍ରାମୀ ଜୀବନର କଥା କହିଥିଲେ । ବେବିନା ହତ୍ୟା ସମ୍ପର୍କରେ କହିଥିଲେ ତାଙ୍କର ସଫଳତାକୁ ସହ୍ୟ କରିପାରିଲେ ନାହିଁ ।

ମହାଲକ୍ଷ୍ମୀଙ୍କ ସଂଗ୍ରାମ ସମ୍ପର୍କରେ କହିଥିଲେ । ସମସ୍ତେ ନ୍ୟୁଜପେପର ପଡ଼ିବା ଦରକାର । ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ତୁଳିକା କର୍ମା କହିଲେ ବିଜେପି ଶାସନରେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି । ଆମକୁ ବଡ଼ ଲଢ଼େଇ କରିବାକୁ ହେବ । ଏଥିପାଇଁ ବହୁତ ବହୁତ ମହିଳାମାନଙ୍କୁ ଯୋଡ଼ିବାକୁ ପଡ଼ିବ ଏଠି ଆଜି ଯେଉଁ କର୍ମକର୍ତ୍ତା ମାନେ ଉପସ୍ଥିତ ଅଛନ୍ତି ସେମାନେ ୧୦୦ ଲେଖାଏ ମହିଳାମାନଙ୍କୁ ଯୋଡ଼ିବାକୁ ପ୍ରସ୍ତାବ ଦେଇଥିଲେ । କଂଗ୍ରେସ ସରକାରକୁ ଆଣିବାକୁ ଚାହିଁଲେ ଆପଣମାନଙ୍କୁ ଘରୁ ବାହାରକୁ ଆସିବାକୁ ପଡ଼ିବ । ଲଢ଼େଇରେ ସାମିଲ ହେବାକୁ ପଡ଼ିବ । ମହିଳାମାନଙ୍କୁ ଦରକାର ପଡ଼ିଲେ ସୀତାରୂପ, କାଳୀରୂପ, ଦୁର୍ଗା ରୂପ ହେବାକୁ ପଡ଼ିବ । ଏ ଲଢ଼େଇ ଜାରି ରଖି ବିଜେପି ସରକାରକୁ ଫିଙ୍ଗିବାକୁ ପଡ଼ିବ । କର୍ମକୁ ବାହାରିବା ପୂର୍ବରୁ ନିଜର ପରିଚୟ କଣ ବୋଲି ବୁଝନ୍ତୁ । କ୍ରିୟାଶୀଳ ଓ ସକ୍ଷମ ମହିଳା ସବୁକିଛି କହିବା ଦରକାର । ସମ୍ବିଧାନରେ ୧୫ ଜଣ ମହିଳାଙ୍କୁ ରଖାଯାଇଥିଲା । ସମଭାବାପନ୍ନ ହେବା ନିମନ୍ତେ ତାଙ୍କୁ ରଖାଯାଇଥିଲା । ଇନ୍ଦିରା ଗାନ୍ଧୀ ନାରୀଶକ୍ତି ଓ ମହିଳା ସଶକ୍ତିକରଣର ପ୍ରତୀକ ଥିଲେ । ନାରୀ ବସ୍ତୁ ନୁହେଁ । ନାରୀ ସଂକଳ୍ପ ନେବା ଦରକାର । ସେଥିପାଇଁ ସେ ପ୍ରତିକ୍ରୀୟ ନକଲେ ଅନ୍ୟାୟ ବିରୁଦ୍ଧରେ ଲଢ଼ି ପାରିବ ନାହିଁ । ସମାଜର ଜ୍ଞାନୀ ନାରୀର ଅଭାବ ନାହିଁ । ଅନୁଭବି ନାରୀର ଅଭାବ ନାହିଁ । କେବଳ କ୍ରିୟାଶୀଳତା ନାହିଁ ବା ସଂଘବଦ୍ଧ ନାହିଁ । ଡକ୍ଟର ରୀନା ରାଉତରାୟ, ଶୁଭ୍ରଶ୍ରୀ ଲେଙ୍କା, ମହିଳାମାନେ ଆଗକୁ ଆସୁଛନ୍ତି ଏହା ସ୍ୱାଗତଯୋଗ୍ୟ । ମହିଳାମାନେ ବିପ୍ଲବୀ ଚିନ୍ତାଧାରା ଆସିଲେ ସମାଜ ବଦଳିପାରିବ । ଆମକୁ ସ୍ୱର ଉତ୍ତୋଳନ କରିବାକୁ ପଡିବ ।

ନମ୍ର ଭାବରେ, ଭଦ୍ର ଭାବରେ କିନ୍ତୁ ଦୃଢ଼ ଭାବରେ । ଆମକୁ ଅଧିକାର ପାଇବାକୁ ହେଲେ କର୍ତ୍ତବ୍ୟ ଠିକ୍ ଭାବରେ କରିବାକୁ ପଡିବ । ଶିକ୍ଷାର ମାନ କୌଣସି ଡିଗ୍ରୀ ହାସଲ ନୁହେଁ । ପାରିପାର୍ଶୀକ ସ୍ଥାନରେ କଣ ହଉଛି ସେ ସଂପର୍କରେ ଜ୍ଞାନ ହାସଲ କରିବା ପ୍ରକୃତ ଶିକ୍ଷା । ମହିଳାମାନେ ଆର୍ଥୀକ ସଶକ୍ତ ହେବା ଦରକାର । ସ୍ୱାଧୀନତା ମାନବିକତା ଠାରୁ ଅଲଗା ହେବା ଉଚିତ ନୁହେଁ ବୋଲି ନାରୀ ଶୃଙ୍ଖଳିତ ହେବା ସଂପର୍କରେ କହିଥିଲେ । ଏହି ଶିବିରରେ ମଞ୍ଚ ସଂଚାଳନ କରିଥିଲେ ସୁନିତା ବିଶ୍ୱାଳ। ଟ୍ରେନିଂ କ୍ୟାମ୍ପରେ ଦ୍ୱିତୀୟ ଅଧିବେସନରେ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ, ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାପତି ଓ ରାଜ୍ୟ ମହିଳା କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *