August 22, 2026
Home » ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

0
WhatsApp Image 2026-01-07 at 8.23.52 PM (1)

ଭୁବନେଶ୍ୱର ଲଷ୍ମୀସାଗରସ୍ଥିତ ସହରାଞ୍ଚଳ ପୋଲିସ, ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର (UPTTI) ପରିସରରେ ବିଜୁପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀ ଏବଂ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର (SFSL) ମିଳିତ ଆନୁକୁଲ୍ୟରେ ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ଡିଜିପି ଆଲୋକପାତ କରିଥିଲେ । ତଦନ୍ତ ସମୟରେ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ, ଅଡିଓ/ଭିଡିଓ ରେକର୍ଡିଂ ଭଳି ପଦକ୍ଷେପ ଗ୍ରହଣ କରି ଦଣ୍ଡ ବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସମ୍ପର୍କରେ ଆଇନରେ ଉଲ୍ଲେଖ ରହିଛି ।

ସେହି ଅନୁଯାୟୀ ,ପ୍ରତି ଥାନାରେ ଦୁଇ ଜଣ ଲେଖାଏଁ ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀ ନିଯୁକ୍ତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇ ନୂତନ ଭାରତୀୟ ଅପରାଧ ଆଇନ, ବୈଜ୍ଞାନିକ ଜ୍ଞାନକୌଶଳ, ଅପରାଧ ସ୍ଥଳରେ ସେମାନଙ୍କ ଭୂମିକା ସମ୍ପର୍କିତ ୬ ସପ୍ତାହ ତାଲିମ ପ୍ରଦାନ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ 74 ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରୁ 60 ଜଣ କନେଷ୍ଟବଳ ଏବଂ 14 ଜଣ ହୋମଗାର୍ଡ ପ୍ରଶିକ୍ଷଣ ନେଉଛନ୍ତି। ଅଭିଜ୍ଞ ଫୋରେନସିକ ବିଶେଷଜ୍ଞ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରାୟୋଗିକ ଓ ବୈଷୟିକ ଜ୍ଞାନ ପ୍ରଦାନ କରିବା ସହ ଅପରାଧ ସ୍ଥାନକୁ ସୁରକ୍ଷିତ ରଖିବା, ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ ସମ୍ପର୍କରେ ତାଲିମ ପ୍ରଦାନ କରିବେ।
ଆଗାମୀ ଦିନରେ ଦୋଷୀକୁ ଦଣ୍ଡବିଧାନ କରାଇବାରେ ଏହି ଅଧିକାରୀମାନେ ଅଗ୍ରଣୀ ଭୂମିକା ତୁଲାଇବେ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ ଦ୍ଵାରା ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀମାନେ ଫୋରେନସିକ ଜ୍ଞାନ କୌଶଳ, ଡିଜିଟାଲ ପ୍ରମାଣ ସଂଗ୍ରହ ଆଦି କ୍ଷେତ୍ରରେ ଅଧିକ ଦକ୍ଷ ଓ ତତ୍ପର ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଉଦଘାଟନୀ ସମାରୋହରେ ନିର୍ଦେଶକ (ଏସଏଫଏସଏଲ) ଡଃ ସନ୍ତୋଷ ଵାଲା, ଆଇ.ଜି.ପି (ଟ୍ରେନିଂ) (ବିପିଏସପିଏ) ଶ୍ରୀ ଅନୁପ ସାହୁ ଓ ସହରାଞ୍ଚଳ ଟ୍ରାଫିକ ପ୍ରଶିକ୍ଷଣ ସଂସ୍ଥାନ ର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।