August 27, 2025
Home » ନୁଆ ଏନ୍‌ଏସି ଘୋଷଣା ନେଇ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ନୁଆ ଏନ୍‌ଏସି ଘୋଷଣା ନେଇ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

0
WhatsApp Image 2025-08-20 at 12.26.33 PM

ରାଜ୍ୟରେ ନୂଆ ଏନଏସି ପାଇଁ ଗତ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଥିଲା। ଏଥିରେ ୭ ଜିଲାରେ ୧୨ ଏନ୍‌ଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ହେଲେ ଏହି ବିଜ୍ଞପ୍ତିରେ କଳାହାଣ୍ଡି ଜିଲାର କୌଣସି ନାମ ନ ଥିଲା, ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏପରିସ୍ଥଳେ ସୋମବାର ପୂର୍ବତନ ବିରୋଧୀ ଦଳ ନେତା ତଥା କଳାହାଣ୍ଡିର ବରିଷ୍ଠ ଭାଜପା ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଦଳ ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି।


ଏଥିରେ କଳାହାଣ୍ଡି ଜିଲାର ଜୟପାଟଣା, ନର୍ଲା ଓ ଏମ୍‌. ରାମପୁରକୁ ଏନ୍‌ଏସି ଘୋଷଣା କରିବା, କେସିଙ୍ଗା ର ତାହଂର୍ଶିଠାରୁ ଜୋଲକୋ ପର୍ଯ୍ୟନ୍ତ ବାଇପାସ ରାସ୍ତା ନିର୍ମାଣ, ସ୍ପିନିଂ ମିଲକୁ କାର୍ଯ୍ୟକ୍ଷମ କରାଇବା, ତେଲ ନଦୀ ଉପରେ ତୁର୍ଲାଖମନଠାରେ ବ୍ୟାରେଜ ନିର୍ମାଣ ଆଦି ଉଲ୍ଲେଖ ହୋଇଛି। ଏହି ସମୟରେ ଭାଜପାର ପୂର୍ବତନ ଜିଲା ସଭାପତି ଶେଷଦେବ ବେହେରା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବରିଷ୍ଠ ଆଦିବାସୀ ନେତା ଗଙ୍ଗାଧର ମାଝୀ ଓ କେସିଙ୍ଗା ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ କଳାହାଣ୍ଡି ଜିଲାର ଉପରୋକ୍ତ ତିନୋଟି ସହରକୁ ଏନ୍‌ଏସି ପାଇଁ ନାମ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାର ଜୟପାଟଣା, ନର୍ଲା ଓ ଏମ୍‌ ରାମପୁରକୁ ନୂତନ ଏନ୍‌ଏସି କରିବା ପାଇଁ ଘୋଷଣା କରିଥିଲେ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଥିଲା।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *