ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପରବର୍ତ୍ତୀ ଅଚଳାବସ୍ଥା ଉପରେ ହସ୍ତକ୍ଷେପ ଲୋଡିଲେ ସରପଞ୍ଚ
ସୋମବାର ଦିନ ବୀରମହାରାଜପୁର ବ୍ଳକ୍ ସମ୍ବିଳନୀ କକ୍ଷ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଓ ଅଭିଯୋଗ ଶିବିର ରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି l ବୀରମହାରାଜପୁର ରେ ନବ ଘୋଷିତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅସହାୟ ପରିବାର ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତର୍ଭୁକ୍ତ ହେବାରେ ଗ୍ରାମ୍ ପଞ୍ଚାୟତ କୁ ବାରଣ କରାଯାଇଛି l ଫଳରେ ଗ୍ରାମ୍ ପଞ୍ଚାୟତ ତରଫରୁ ଅନ୍ତିମ ସଂସ୍କାର ପଇଁ ମୂଖ୍ୟ ମନ୍ତ୍ରୀ ରିଲିଫ୍ ସହାୟତା ରାଶି ତିନି ହଜାର ଟଙ୍କା ପାଇବାରୁ ବଞ୍ଚିତ ହେଉଥିବା ବେଳେ ନବ ଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରାଧିକୃତ ଅନୁଷ୍ଠାନ ଭାବରେ ୪୦୦୦/-ଟଙ୍କା ଅନୁଦାନ ରଶି ପ୍ରଦାନ କରିବାରେ ବିଫଳ ହୋଇଥିବାରୁ ଗରିବ ଅସହାୟ ଯୋଗ୍ୟ ପରିବାର ଙ୍କୁ ଜରୁରୀ ଭିତ୍ତି ରେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମଞ୍ଜୁରୀ ପ୍ରାପ୍ତ ଗ୍ରାମ୍ ପଞ୍ଚାୟତ ଉନ୍ନୟନ ପ୍ଲାନ୍ ପ୍ରସ୍ତୁତ ସମସ୍ତ୍ ଅନୁମୋଦିତ, କାର୍ଯ୍ୟାରମ୍ଭ ହୋଇ ପଡିରହିଥିବା ଉନ୍ନୟନ ପ୍ରକଳ୍ପ, ସମ୍ପୂର୍ଣ୍ଣ କରଣ ପ୍ରକଳ୍ପ ସମୂହ, କାର୍ଯ ସମାପ୍ତି ଓ ବିଲ୍ ପ୍ରାପ୍ୟ ପ୍ରଦାନ ସହ ଶ୍ରମଜୀବି , ଭେଣ୍ଡର ଓ ସପ୍ଲ।ୟର ଙ୍କ ବକେୟା ପାଉଣା ପ୍ରଦାନ ଓ ନିର୍ବାଚିତ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା ଙ୍କ ବକେୟା ସିଟିଂ ଫି ପ୍ରଦାନ, ହନରାରିୟମ୍ ମଞ୍ଜୁରୀ, ସାମାଜିକ ସୁରକ୍ଷା ଯୋଜନାର ସ୍ୱଚ୍ଛତା ସହ ସୁଫଳ ଗ୍ରାମରେ ଆବଶ୍ୟକ ସ୍ଥଳେ ଘରେ ପହଞ୍ଚାଇବା, ପି ଡି ଏସ ସାମଗ୍ରୀ ଉଠାଣ ସୁଷମ ବଣ୍ଟନ,ଚାଉଳ ବସ୍ତା, ଷ୍ଟକ୍ ଷ୍ଟୋର, କ୍ୟାସ ବୁକ ପ୍ରସ୍ତୁତି ରେ ସ୍ୱଚ୍ଛତା ରକ୍ଷା ବିଡ଼ିଓ ଓ ଉପଜିଲ୍ଲାପାଳଙ୍କ ତତ୍ୱାବଧାନ ପାଇଁ ଜିଲ୍ଲାପାଳ ଦେବାଶିଷ ସିଂହ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଏ ସବୁ ସମସ୍ୟା ସମ୍ବିଳିତ ଅଭିଯୋଗର ବିଚାର କରି ତ୍ଵରିତ ବିଧିସମ୍ମତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
