March 14, 2025
Home » ନୌସେନା ଦିବସରେ ବିଭିନ୍ନ ଯୁଦ୍ଧର ରଣ କୌଶଳ ପ୍ରଦର୍ଶନ କରିବ ଏହି ଯୁଦ୍ଧ ଜାହାଜ

ନୌସେନା ଦିବସରେ ବିଭିନ୍ନ ଯୁଦ୍ଧର ରଣ କୌଶଳ ପ୍ରଦର୍ଶନ କରିବ ଏହି ଯୁଦ୍ଧ ଜାହାଜ

0

ଆଗାମୀ ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ବିଭିନ୍ନ ଯୁଦ୍ଧର ରଣ କୌଶଳ ପ୍ରଦର୍ଶନ କରିବ ଏହି ଯୁଦ୍ଧ ଜାହାଜ। କେବଳ ସେତିକି ନୁହେଁ ଏୟାର ସୋ ମଧ୍ୟ ପ୍ରଦର୍ଶନ କରିବେ ନୌସେନା। ତେବେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଉତ୍ସାହ ରହିଛି ପୁରୀ ବାସିନ୍ଦା ଓ ପର୍ଯ୍ୟଟକଙ୍କ ମଧ୍ୟରେ। ପୁରୀ ସମୁଦ୍ର ରେ ୮ ଟି ଯୁଦ୍ଧ ଜାହାଜ ଆଜି ପହଞ୍ଚିଥିବା ବେଳେ ପର୍ଯ୍ୟାୟକ୍ରମେ ୨୫ ଟି ଯୁଦ୍ଧ ଜାହାଜ, ୪୦ ଟି ଏୟାରକ୍ରାଫ୍ଟ, ୮ ଟି ଯୁଦ୍ଧ ଟ୍ୟାଙ୍କ, ହେଲିକପ୍ଟର, ପ୍ୟାରାଚୁଟ, ମାର୍କୋଶ କମାଣ୍ଡୋ ଏହି ସ୍ବତନ୍ତ୍ର ନୌସେନା ଦିବସରେ ସାମିଲ୍ ହୋଇ ନୌ ବାହିନୀ ନିଜର ପରାକ୍ରମ ପ୍ରଦର୍ଶନ କରିବେ। ତେବେ ନୌସେନା ଦିବସ ଆଉ ମାତ୍ର ଅଳ୍ପ ଦିନ ଥିବାରୁ ନୌସେନା ର ମର୍କୋସ comando, ହେଲିକାପ୍ଟର, ଟ୍ୟାଙ୍କ ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛନ୍ତି।


ନୌସେନା ଦିବସର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରସୋରରେ ଲାଗି ପଡିଛି ପୁରୀ ଜିଲ୍ଲା ପ୍ରଶାସନ। ଭିଭିଆଇପି ମାନଙ୍କ ପାଇଁ ବସିବା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ସୁରକ୍ଷାକୁ କିଭଳି କଡ଼ାକଡ଼ି କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ତେବେ ଏସବୁ ପ୍ରସ୍ତୁତିର ଆଜି ବ୍ଲୁ ଫ୍ଲାଗ ବିଚ୍ ଆସି ଅନୁଧ୍ୟାନ କରିଛନ୍ତି ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ନ୍ୟାଭି ଡେ ପାଇଁ ୨୦ ଟି ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତା ୧ ତାରିଖରୁ ବିଧିବଦ୍ଧ ଭାବେ ଯୁଦ୍ଧ୍ୟାଭ୍ୟସ କରିବ ଭାରତୀୟ ନୌସେନା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *