May 23, 2026
Home » ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ ।

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ ।

0
1001089609
ନୟାଗଡ଼ : ନୟାଗଡ ବିଜେପି ବିଧାୟିକା ପ୍ରାର୍ଥୀଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା କାର୍ଯ୍ୟରତ ଦଳିତ ପୋଲିସ ଅଧିକାରୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିବା, ପୋଲିସକୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା, ଅଭିଯୋଗରେ ପ୍ରମୁଖ ବିଜେପି ନେତା ମାନଙ୍କ ସମ୍ପୃକ୍ତି ଥିବା ଥାନା ସିସିଟିଭି ଯାଞ୍ଚ କରାଯାଇ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତ ମାନଙ୍କୁ ୭ ଦିନ ମଧ୍ୟରେ ଗିରଫ କରlନଗଲେ ଆଗାମୀ ୨୭ ତାରିଖ ବୁଧବାର ନୟାଗଡ଼ ବନ୍ଦ କରିବ ବୋଲି ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ନ୍ୟାୟ ପାଇଁ ଆନ୍ଦୋଳନ କରିବା ଆମ ସମସ୍ତଙ୍କର ସାମ୍ବିଧାନିକ ଅଧିକାର କିନ୍ତୁ ଆନ୍ଦୋଳନ ଆଳରେ କର୍ତ୍ତବ୍ୟରତ ପୋଲିସ ମାନଙ୍କୁ ବିଭିନ୍ନ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା, ବର୍ଦ୍ଦିରେ ଥିବା ଦଳିତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା, ଆଇଆଇସି, ଏସଡ଼ିପିଓଙ୍କୁ ଅପମାନିତ କଲାଭଳି ଖରାପ ଭାଷା ପ୍ରାୟୋଗ କରିବା ଭଳି ହୀନ ରାଜନୀତି କରୁଥିବା ନୟାଗଡ଼ ବିଜେପିକୁ ନିନ୍ଦା କରିଛି କଂଗ୍ରେସ l ଏହି ଘଟଣା ଘଟିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ l ଆଜିର ସାମ୍ବାଦିକ ସମ୍ମିଳନୀରେ ଡିସିସି ଉପସଭାପତି ଶ୍ରୀ ଲଷ୍ମୀଧର ତ୍ରିପାଠୀ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଉପସ୍ଥିତ ଥିଲେ ।
                ଡିସିସି ଉପସଭାପତି ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସୁନାଲଟି ବ୍ୟାରେଜକୁ ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆସନ୍ତା ଜୁନ ୧୨ ତାରିଖ ପ୍ରସ୍ତାବିତ ଗସ୍ତ ପାଇଁ ଶୁଖିଲା ପଡ଼ିଥିବା ସୁନାଲଟି ବ୍ୟାରେଜକୁ ସୁଦୂର ବୁଢ଼ାବୁଢିଆଣୀ ଜଳଭଣ୍ଡାରରୁ ପାଣି ଆଣି ପୂରଣ କରିବା ପାଇଁ ଜଳସମ୍ପଦ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ନୟାଗଡ଼ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବl ପରିପ୍ରେକ୍ଷୀରେ, ବୁଢାବୁଢିଆଣୀ ଡ୍ୟାମ ଆୟାକଟ ଅଞ୍ଚଳ ପ୍ରାୟ ୪0 ଖଣ୍ଡ ଗ୍ରାମବାସୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି l ଏବଂ ବୁଢ଼ାବୁଢିଆଣୀ ଜଳଭଣ୍ଡାରରୁ ମୁନ୍ଦାଏ ଜଳ ଛଡ଼ାଯିବ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ମାନଙ୍କ ଦାବିକୁ ନୟାଗଡ଼ କଂଗ୍ରେସ ସମର୍ଥନ କରିଛି l ସୁନାଲଟି ବ୍ୟାରେଜ ନାମରେ ନୟାଗଡ଼ ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି, ଏଥିପାଇଁ ଖୁବଶୀଘ୍ର ନୟାଗଡ଼-ଓଡଗାଁ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *