August 20, 2026
Home » ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ  ପରିଦର୍ଶନ । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ  ପରିଦର୍ଶନ । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ।

0
1001089405
         ଜିଲ୍ଲା ସାମ୍ବାଦିକ ସଂଘର ଧାରଣା ।
ନୟାଗଡ଼:ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚିକିତ୍ସାଳୟରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା ଓ ଅଚଳାବସ୍ଥାକୁ ନେଇ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ଉଦବେଗ ପ୍ରକାଶ ପାଇବା ସହ ମେଡିକାଲ ପରିସରରେ ଧାରଣା ଦେଇଥିଲା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ । ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ଆଜି ହସ୍ପିଟାଲରେ ଅଚାନକ ପରିଦର୍ଶନ କରିବା ସମୟରେ ଅନେକ ସଂଘାତିକ ଚିତ୍ର ପଦାକୁ ଆସିଛି।    ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଧୁନିକ କୋଠାରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ଅତିକମରେ ୨ ଜଣ ଡାକ୍ତର ରହିବା କଥା, କିନ୍ତୁ ମାତ୍ର ପରିଦର୍ଶନ ସମୟରେ ଜଣେ ଡାକ୍ତର ଉପସ୍ଥିତ ଥିଲେ। ଫଳରେ ୨ ଶହରୁ ଊର୍ଦ୍ଧ୍ୱ ରୋଗୀ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି ସକାଳ ସାଢ଼େ ୯ଟା ବାଜିଥିଲେ ସୁଦ୍ଧା ଶଲ୍ୟ (ସର୍ଜରୀ) ବିଭାଗରେ ଡାକ୍ତରଙ୍କ ଦେଖା ନଥିବା ବେଳେ ବହୁ ସଂଖ୍ୟାରେ ରୋଗୀ ଦୁଇ ଧାଡ଼ିରେ ଅପେକ୍ଷା କରି ରହିଥିଲେ। ମେଡ଼ିସିନ ୱାର୍ଡରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା,ଡାକ୍ତର ବହୁ ବିଳମ୍ବରେ ଆସି ପହଞ୍ଚିଥିଲେ। ମେଡ଼ିସିନ ୱାର୍ଡର ପରିସର ଅତ୍ୟନ୍ତ ଦୁର୍ଗନ୍ଧମୟ ହୋଇପଡ଼ିଥିବା ବେଳେ ଖଟଗୁଡ଼ିକରେ ଦୀର୍ଘ ଦିନ ହେବ ବେଡ଼ସିଟ୍ ବଦଳାଯାଇ ନାହିଁ। ରୋଗୀମାନେ ଅତି ଅପରିଷ୍କାର ଓ ମଇଳା ବେଡ଼ସିଟ୍ ଉପରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ବିକଳ ଚିତ୍ର ଡ଼ାଇରିଆ (ଝାଡ଼ାବାନ୍ତି) ୱାର୍ଡରେ ଦେଖିବାକୁ ମିଳିଥିଲା, ଯେଉଁଠି ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଖଟ ନଥିବାରୁ ସେମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ନୂତନ କୋଠାରେ ୧୫୦ଟି ଏସି ଲାଗିଥିଲେ ସୁଦ୍ଧା ସେଥିରୁ ୫୦ରୁ ଅଧିକ ଏସି ଅଚଳ ହୋଇ ପଡ଼ିରହିଛି।
            ଗତ ବର୍ଷ ଅଗଷ୍ଟ ମାସରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ତଥା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନ କିଣାଯାଇ ରଖାଯାଇଛି, ମାତ୍ର ବିଶେଷଜ୍ଞ ଡାକ୍ତର ନଥିବାରୁ ତାହା କେବଳ ଖତ ଖାଉଛି। ଚିକିତ୍ସାଳୟରେ ଉନ୍ନତମାନର ଏକ୍ସ-ରେ ମେସିନ ଥିଲେ ମଧ୍ୟ ଆବଶ୍ୟକ ରେଡିଓଗ୍ରାଫର ନଥିବାରୁ ତାହା ମଧ୍ୟ ଅଚଳାବସ୍ଥାରେ ଅଛି। ଏହାର ସୁଯୋଗ ନେଇ ବାହାର ପ୍ରାଇଭେଟ୍ କ୍ଲିନିକଗୁଡ଼ିକ ଗରିବ ରୋଗୀଙ୍କୁ ଶୋଷଣ କରୁଛନ୍ତି ଏବଂ ଲୋକେ ବାଧ୍ୟ ହୋଇ ଅଧିକ ଟଙ୍କା ଖର୍ଚ୍ଚ କରି ବାହାରେ ଏକ୍ସ-ରେ ଓ ଅଲଟ୍ରାସାଉଣ୍ଡ କରୁଛନ୍ତି। ଅନୁରୂପ ଭାବେ, ଗତ ୫ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡ଼ିରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଭଳି ଚରମ ଦାୟିତ୍ୱହୀନତା ବିରୋଧରେ ସାମ୍ବାଦିକ ସଂଘ ପକ୍ଷରୁ ମେଡିକାଲ ପରିସରରେ ପ୍ରତିବାଦ ଓ ଧାରଣା ଦିଆଯାଇଥିଲା।
ଧାରଣା ଖବର ପାଇ ଜିଲ୍ଲା ଚିକିତ୍ସାଳୟ କର୍ତ୍ତୃପକ୍ଷ ତୁରନ୍ତ ସାମ୍ବାଦିକ ସଂଘକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା ସାମ୍ବାଦିକ ସଂଘର ପ୍ରତିନିଧି ଦଳ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ଚିକିତ୍ସାଳୟର ସମସ୍ତ ସମସ୍ୟା, ଅସୁବିଧା ଏବଂ ଅବ୍ୟବସ୍ଥା ଗୁଡ଼ିକୁ ଦୂର କରାଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।  ଅତୀତରେ ଜିଲ୍ଲା ଚିକିତ୍ସାଳୟ ପରିସରରେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ରଖିବାରେ ନାହିନଥିବା ଅସୁବିଧା ସୃଷ୍ଟି ହୋଇଥିଲା । ଯାହାଫଳରେ ଜିଲ୍ଲା ପ୍ରଶାସନ ନିଷ୍ପତି ପ୍ରକାରେ, ଘରୋଇ ଆମ୍ବୁଲାନ୍ସକୁ ଜିଲ୍ଲା ଚିକିତ୍ସାଳୟ ପରିସରରୁ ହଟା ଯାଇଥିଲା । ବର୍ତମାନ ପୁନର୍ବାର ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ କରି ନାହିଁ ନଥିବା ଅସୁବିଧା ସୃଷ୍ଟି କରି ଚାଲିଛନ୍ତି । ଅତୀତରେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ତାଙ୍କର ଫୋନ୍ ନମ୍ୱର୍ ରୋଗୀମାନେ ଜାଣିବା ପାଇଁ, ଚିକିତ୍ସାଳୟ ପରିସରରେ ବିଜ୍ଞାପନ ଦେଇଥିଲେ ।ଯଥାଶୀଘ୍ର ଆମ୍ବୁଲାନ୍ସ ଗୁଡ଼ିକୁ ହଟା ଯିବାର ବ୍ୟବସ୍ଥା କରାଯିବା ନିହାତି କରାଯିବା ଦରକାର ।           ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ସମ୍ପାଦକ ସୁବାସ ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ଲୋକନାଥ ମିଶ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ବିକ୍ରମ ସ୍ୱାଇଁ, ସୁଧାକର ମିଶ୍ର, ବିଭୂତି ପଟ୍ଟନାୟକ, ଦୀପକ କୁମାର ଦାସ ଓ ଜିତୁନ କୁମାର ମହାପାତ୍ର ପ୍ରମୁଖ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ଯଦି ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନହୁଏ, ତେବେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପୁନର୍ବାର ଆନ୍ଦୋଳନ ଓ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed