June 20, 2026
Home » ନୟାଗଡ଼ ଜିଲ୍ଲାର ଏନ୍‌ଇଇଟି (NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବା ।

ନୟାଗଡ଼ ଜିଲ୍ଲାର ଏନ୍‌ଇଇଟି (NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବା ।

0
unnamed
ନୟାଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ପକ୍ଷରୁ ଜୁନ ୨୧ରେ ହେବାକୁ ଥିବା ‘ଏନ୍‌ଇଇଟି ’(NEET) ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ସରକାରୀ ବସ୍ ସେବାର ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ପରୀକ୍ଷାର୍ଥୀମାନେ ଓଏସ୍‌ଆର୍‌ଟିସି ଓ ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ନୟାଗଡ ପୁରୁଣା ବସ୍‌ଷ୍ଟାଣ୍ଡ ମେଡିକାଲ ଛକରୁ ଆଡ୍‌ମିଟ୍ କାର୍ଡ ଦେଖାଇ ନିଃଶୁଳ୍କ ଯାତ୍ରା କରିପାରିବେ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଓଏସ୍‌ଆର୍‌ଟିସି ତରଫରୁ ବ୍ୟବସ୍ଥା କରାଯାଇଛି I ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍‌ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ । ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ଅ।ନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବ I ନୟାଗଡ ଜିଲ୍ଲାର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୋଡାଲ୍ ଅଧିକାରୀ ଭାବେ ମଟର ଯାନ ନିରୀକ୍ଷକ, ପ୍ରକାଶ କୁମାର ଦୀପ୍ ( ଫୋନ ନ – ୯୨୩୭୩୭୮୫୮୩ ) ନିଯୁକ୍ତ ହୋଇଛନ୍ତି I ଏହି ସମ୍ବନ୍ଧରେ ଅଧିକ ସୂଚନା ନିମନ୍ତେ ନୟାଗଡ ଓଏସ୍‌ଆର୍‌ଟିସି ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର – ୮୨୬୦୮୮୦୨୪୯ (ଲକ୍ଷ୍ମୀଧର ବାବୁଙ୍କ ) ଜାରି କରାଯାଇଛି । ଏତଦ୍ ବ୍ୟତୀତ ଯେଉଁ ପରୀକ୍ଷାର୍ଥୀମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସହାୟତା ଚାହିଁବେ, ସେମାନେ ଡେପୁଟି କଲେକ୍ଟର, ତପସ୍ଵିନୀ ହାଁସଦା, ଓ.ପ୍ର.ସେ.(ଫୋନ ନମ୍ବର ୭୦୦୮୭୧୭୭୭୪)ଙ୍କୁ ପରୀକ୍ଷାର ଏକ ଦିନ ପୂର୍ବରୁ ଯୋଗାଯୋଗ କରିପାରିବେ I ନୟାଗଡରୁ ଭୁବନେଶ୍ୱର ଯାଉଥିବା ଓଏସଆରଟିସ ବସ ଓ ମୁଖ୍ୟମନ୍ତ୍ରୀ ବସ୍ର ସମୟ ସାରଣୀ ପ୍ରଦତ୍ତ କରାଯାଇଛି ନିମ୍ନ ପ୍ରକାରେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *