October 31, 2026
Home » ନୟାଗଡ଼ରେ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ ନେଇ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼ରେ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ ନେଇ ସାମ୍ବାଦିକ ସମ୍ମିଳନୀ

0
1001360639
ନୟାଗଡ଼ ( ଇପିଏ ) ନୟାଗଡ଼ ଜିଲ୍ଲାରେ ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରୀୟ ଚେତନା ଓ ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ ଆସନ୍ତା ୬ ନଭେମ୍ବର ୨୦୨୬ ତାରିଖରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ମୁଖ୍ୟ ବିଷୟବସ୍ତୁ “One Nation, One Election” (ଏକ ରାଷ୍ଟ୍ର, ଏକ ନିର୍ବାଚନ) ରହିଛି। ଏହି ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତାମତ, ବିଚାରଧାରା ଓ ଯୁକ୍ତିପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଯୁବ ପ୍ରତିଯୋଗୀ ଓ ଅଂଶଗ୍ରହଣକାରୀ ଯୋଗଦେବେ। ଏହି ଅବସରରେ ନୟାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ମାଇଁ ଭାରତ ନୟାଗଡ଼ର ଡିଷ୍ଟ୍ରିକ୍ଟ ୟୁଥ୍ ଅଫିସର ଜିଲ୍ଲା ଯୁବ ଅଧିକାରୀ (DYO) ସାହିଲ କୁଣ୍ଡୁ, କାର୍ଯ୍ୟକ୍ରମ ଅଧିକାରୀ ଅଶୋକ ବେହେରା ଏବଂ ସେବା ଉତ୍ସବ ସମିତିର ସଭାପତି ଶିବରାମ ମହାପାତ୍ର ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆୟୋଜନ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ମାଇଁ ଭାରତ ନୟାଗଡ଼ ଏବଂ ସେବା ଉତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯିବାକୁ ଥିବା ବେଳେ ବହୁ ମାନ୍ୟଗଣ ଅତିଥି ଯୋଗଦେବେ । ଆଜିର କାର୍ଯ୍ୟକ୍ରମକୁ ଜାତୀୟ ଯୁବ ସ୍ୱେଚ୍ଛାସେବୀ ରାଜୀବ ପଣ୍ଡା, ପରମେଶ୍ୱର ସାହୁ ଓ ଦୀପକ ନାୟକ ପ୍ରମୁଖ ପରିଚାଳନା କରିଥିଲେ l
                ଏହି ଯୁବ ସଂସଦ ମାଧ୍ୟମରେ ଯୁବପିଢ଼ିଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିବା ସହ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଓ ନେତୃତ୍ୱ ଭାବେ ଗଢ଼ିତୋଳିବାରେ ଏହା ସହାୟକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ମାଇଁ ଭାରତ ( My bharat ) ପୋର୍ଟାଲ କିମ୍ବା ମାଇଁ ଭାରତ କାର୍ଯ୍ୟାଳୟରେ ପହଂଚି ପେତିଯୋଗୀ ମାନେ ଏଥିରେ ସାମିଲ ହୋଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *