ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ସାପ୍ତାହିକ ସଫେଇ କାର୍ଯ୍ୟ ଉଦଯାପିତ।
ପାରାଦ୍ୱୀପ- ପାରାଦୀପରେ ଅନୁଷ୍ଠିତ ପ୍ରସିଦ୍ଧ ବିଶ୍ୱକର୍ମା ଅବସରରେ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ଏକ ସପ୍ତାହ ପର୍ଯ୍ୟନ୍ତ ବଡପଡ଼ିଆ ବଜାର ସଫେଇ କାର୍ଯ୍ୟ ଶେଷ ହୋଇଛି।ଏଠାରେ ସୂଚନାଯୋଗ୍ୟ ଯେ ନେହେରୁ ଟ୍ରଷ୍ଟର ଉପଦେଷ୍ଟା ତଥା କଂଗ୍ରେସ ନେତା ଶ୍ରୀ ନିରଞ୍ଜନ ନାୟକଙ୍କ ତତ୍ୱବାଧାନରେ ଏହି ସେବା କାର୍ଯ୍ୟ ସମ୍ପାଦନ କରାଯାଇଛି।
ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ହେତୁ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ।ତେଣୁ ସଫେଇ କାର୍ଯ୍ୟରେ ନିୟୋଜିତ ପାରାଦ୍ବୀପ ପୌରପାଳିକାଙ୍କ ପକ୍ଷରେ ଏତେ ଆବର୍ଜନା ସଫା କରିବା କଷ୍ଟସାଧ୍ୟ ହୋଇ ଥାଏ।ଏହି ଅବସରରେ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ସମୁହ ସଫେଇ କାମ କରାଯାଇଛି।

ଗତ ସେପ୍ଟେମ୍ବର ୧୮ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଟ୍ରଷ୍ଟ ପକ୍ଷରୁ ସମୁହ ସଫେଇ କାର୍ଯ୍ୟ କରାଯାଇଥିଲା।ଏବଂ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଶ୍ରୀ ସରୋଜ ପ୍ରଧାନ,ଟ୍ରଷ୍ଟି କେଦାର ବିଶ୍ୱାଳ, ତ୍ରିନାଥ ମହାନ୍ତି, ଧ୍ରୁବ ଚରଣ ମହାପାତ୍ର, କୃପାସିନ୍ଧୁ ଦାସ, ସୁଶାନ୍ତ ବାରିକ, ସୁନାକର ସେଠୀ, ବିଜୟ ସେଠୀ, ଧରିତ୍ରୀ ସାମଲ, ପୁଷ୍ପା ଦାସ, ବିନତି ପଢ଼ିଆରୀ, କୌଶଲ୍ୟା ମହାନ୍ତି, ପ୍ରେମ ଲତା ବାରିକ, ଚନ୍ଦ୍ର ଶେଖର ମହାପାତ୍ର, ଲାଲା ସଞ୍ଜୟ ରାୟ ପ୍ରମୁଖ ଏହି ମହତ ସେବା କାର୍ଯ୍ୟ ସମ୍ପାଦନ କରିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ
