September 30, 2026
Home » ପତଞ୍ଜଳି ଯୋଗପୀଠରେ ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଚାର୍ଯ୍ୟ ଉମାକାନ୍ତ ଆର୍ଯ୍ୟ ସମ୍ମାନିତ

ପତଞ୍ଜଳି ଯୋଗପୀଠରେ ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଚାର୍ଯ୍ୟ ଉମାକାନ୍ତ ଆର୍ଯ୍ୟ ସମ୍ମାନିତ

0
WhatsApp Image 2026-09-27 at 4.16.10 PM

 

ସୁବର୍ଣ୍ଣପୁର:ପତଞ୍ଜଳି ଯୋଗପୀଠ ହରିଦ୍ୱାରରେ ଚାଲିଥିବା ମୁଖ୍ୟ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡ଼ୁମେରପାଲିର ଗର୍ବ ଯୋଗ ପ୍ରଶିକ୍ଷକ ଶ୍ରୀ ଉମାକାନ୍ତ ଆର୍ଯ୍ୟଙ୍କୁ ପରମ ପୂଜ୍ୟ ଯୋଗଋଷି ସ୍ୱାମୀ ରାମଦେବ ଜୀ ମହାରାଜ ମଞ୍ଚରେ ନିଜ ହାତରେ ରୁଦ୍ରାକ୍ଷ ମାଳା ପିନ୍ଧାଇ ଆଶୀର୍ବାଦ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି।ଏହି ଅବସରରେ ସ୍ୱାମୀଜୀ କହିଛନ୍ତି ଯେ, ଉମାକାନ୍ତ ଜୀ ଭଳି ନିଷ୍ଠାବାନ ଯୋଗ ଯୋଦ୍ଧାଙ୍କ ଯୋଗୁଁ ହିଁ ଯୋଗ, ଆୟୁର୍ବେଦ ଓ ସ୍ୱଦେଶୀ ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରୁଛି।ସ୍ୱାମୀ ରାମଦେବ ଜୀଙ୍କ ଆଶୀର୍ବାଦ ମିଳିଗଲେ ସାକ୍ଷାତ ଭଗବାନ ମିଳିଗଲେ। ଗୁରୁ ମିଳିଲେ ଗୋବିନ୍ଦ ମିଳନ୍ତି। ସ୍ୱାମୀ ରାମଦେବ ଜୀ ଆମର ଗୁରୁ, ସେ ହିଁ ଆମର ଭଗବାନ।ସୂଚନା ଯୋଗ୍ୟ ଯେ, ଶ୍ରୀ ଉମାକାନ୍ତ ଆର୍ଯ୍ୟ ବିଗତ ୧୫ ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗାଁ ରେ ନିସ୍ୱାର୍ଥ ଭାବେ ଯୋଗ ସେବା କରି ଆସୁଛନ୍ତି। ତାଙ୍କର ମୁଖ୍ୟ ସେବା କାର୍ଯ୍ୟ ଗୁଡିକ ହେଲା – ୫ ଦିବସୀୟ ନିଃଶୁଳ୍କ ଯୋଗ ଶିବିର, ସ୍କୁଲମାନଙ୍କରେ ୧ ଦିବସୀୟ ଯୋଗ ଶିବିର, ଆରୋଗ୍ୟ ସଭା, ବୃକ୍ଷ ରୋପଣ, ସ୍ୱଚ୍ଛତା ଅଭିଯାନ, ଯୋଗ ଜାଗରଣ ରାଲି, ରକ୍ତଦାନ ଶିବିର ଓ ନିଶା ମୁକ୍ତି ରାଲି ଆଦି ।
ତାଙ୍କର ଏହି ଗୌରବ ପୂର୍ଣ୍ଣ ସମ୍ମାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ତଥା ଡୁଙ୍ଗୁରିପାଲି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *