ପବିତ୍ର ଏକାଦଶୀରେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ସୁନାବେଶରେ ଦର୍ଶନ ଦେଲେ ତିନି ଦିଅଁ
ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଆଜି ଶନିବାର ପବିତ୍ର ଏକାଦଶୀରେ ସମସ୍ତ ରୀତିନୀତି ସରିବା ପରେ ତିନି ଦିଅଁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଆନନ୍ଦ ଉଲ୍ଲାସ ଏବଂ ଏକ ସମନ୍ୱିତ ପରିବେଶରେ ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତରେ ନିର୍ଦ୍ଧାରିତ ସମୟରେ ଶୁକ୍ରବାର ରଥ ପହଞ୍ଚିବା ପରେ ଆଜି ପବିତ୍ର ସୁନା ବେଶ ଉପଲକ୍ଷେ ମଙ୍ଗଳ ଆଳତି, ମଇଲମ ତଡ଼ପଲାଗି, ଅବକାଶ, ବେଶଶେଷ,ଗୋପାଳବଲ୍ଲଭ,ଧୂପ,ମଇଲମ,ମହାସ୍ନାନ ଓ ସର୍ବାଙ୍ଗ, ଏକାଦଶୀ ସର୍ବାଙ୍ଗ ପରେ ସୁନାବେଶ ଅନୁଷ୍ଠିତ ହୋଇଥିଲା।


ସନ୍ଧ୍ୟାରେ ସନ୍ଧ୍ୟାଧୂପ, ମହାଦୀପ ବନ୍ଦାପନା, ସୁନାବେଶ ମଇଲମ, ଚନ୍ଦନଲାଗି,ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ,ମଇଲମ, ମହାସ୍ନାନ ପୂଜା,ଶୟନ ଠାକୁର ବିଜେ ପରେ ପରେ ରାତ୍ର ପହୁଡ଼ ପଡ଼ିବା କାର୍ଯ୍ୟକ୍ରମ ରହିଛି। ଏପରି ସମସ୍ତ ରୀତିନୀତିରେ ନିର୍ଦ୍ଧାରିତ ପୂଜା ସହ ଅତି ସୁନ୍ଦର ସୁସଜ୍ଜିତ ହୋଇ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ସେମାନଙ୍କର ଚମତ୍କାର ସୁବର୍ଣ୍ଣ ସୁନାବେଶ ଅଗଣିତ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ ପାଇଥିଲେ। ଏହି ଆଧ୍ୟାତ୍ମିକ ଏବଂ ସାମୁହିକ ଅନୁଭୂତି ବିଶ୍ୱାସ ଏବଂ ଭକ୍ତିର ଏକ ମହାନ ପ୍ରଦର୍ଶନରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ କରିଥିଲା।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
