February 5, 2026
Home » ପରିତ୍ୟକ୍ତ ମହିଳାଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ ନାରୀଶକ୍ତି ସଂଘର ସଦସ୍ୟା ମାନେ

ପରିତ୍ୟକ୍ତ ମହିଳାଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ ନାରୀଶକ୍ତି ସଂଘର ସଦସ୍ୟା ମାନେ

0
WhatsApp Image 2026-02-05 at 9.58.37 AM

 

ନବରଙ୍ଗପୁର :- ଫୋରେଷ୍ଟ ପାର୍କ ପାର୍ଶ୍ୱସ୍ଥ ପାତ୍ରମୁଣ୍ଡା ଜଙ୍ଗଲ ଠାରୁ ଏକ ପରିତ୍ୟକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ବହୁତ ଦିନରୁ ଏହି ସ୍ଥାନରେ କିଛି ନଖାଇ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଥିଲେ । ଏହି ମହିଳାଙ୍କ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବା ପାଇଁ ରିଆଜ ସରିଫ ନାମକ ବ୍ୟକ୍ତି ଜଣଙ୍କ ନାରୀଶକ୍ତି ଗ୍ରୁପ ଏବଂ ଜିଲ୍ଲା ଓକିଲ ସଂଘ ସଭାପତି ତଥା ସମାଜସେବୀ ସିରାଜୁଦିନ ଅହମଦଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଖବର ପ୍ରାପ୍ତ ହେଲାପରେ ନାରୀଶକ୍ତି ଗ୍ରୁପର ସଭାପତି ଶ୍ରୀମତୀ ସ୍ଵର୍ଣଲତା ପଟ୍ଟନାୟକ, ସଦସ୍ୟା ସମା ଅହମଦ, ଫରହା ବେଗମ, ସକିଲା ବେଗମ, ଜିଲ୍ଲା ଓକିଲ ସଂଘ ସଭାପତି ସିରାଜୁଦିନ ଅହମଦ ଏବଂ ରିଆଜୁଦିନ ସରିଫ ଉକ୍ତ ସ୍ଥାନରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ୱାନ ଷ୍ଟପ ସେଣ୍ଟର ସାକ୍ଷୀର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରମା ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ । ମହିଳାଙ୍କୁ ୱାନ ଷ୍ଟପ ସେଣ୍ଟର ଆମ୍ବୁଲାନ୍ସ ଦ୍ୱାରା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉପଯୁକ୍ତ ସ୍ଥାନରେ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ରମା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *