ପଲଶାଗୋରା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ l
ସୁବର୍ଣ୍ଣପୁର :ଗୁରୁବାର ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଦିନ ସୃଷ୍ଟି ଓ ସ୍ରଷ୍ଟା, ପଲଶାଗୋରା ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ଠାରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଛି l ପ୍ରଥମେ କବିଙ୍କ ଫୋଟୋ ରେ ଧୂପ ଓ ପୁଷ୍ପ ଅର୍ପଣ କରି ଗଙ୍ଗାଧର ଙ୍କ ର ରଚିତ ବିଶ୍ଵଦେଖମଧୁମୟ ରେ ଜୀବନ କୁ କଣ୍ଠଶିଳ୍ପୀ ଦିଲ୍ଲୀପ କୁମାର ମହାନ୍ତି ଗାନ କରିଥିଲେ l ଅନୁଷ୍ଠାନ ର ସଭାପତି ଲକ୍ଷ୍ମଣ କୁମାର ମହାପାତ୍ର ଗଙ୍ଗାଧର ଙ୍କ ଜୀବନୀ ଆଲୋଚନା କରିଥିବା ସ୍ଥଳେ ସମ୍ପାଦକ ରାଜକିଶୋର ସାହୁ ସଭା ସଂଯୋଜନା କରିଥିଲେ l ଏଥିରେ ବିଭିନ୍ନ କବି ଓ ସାରସ୍ୱତ ସାଧକ ଯଥା ସଂଜୀବ କୁମାର ପ୍ରହରାଜ, ଈଶ୍ୱର ଚନ୍ଦ୍ର ସାହୁ, ଅଜିତ ଗିରି, ସୁଧୀର ଖଟୁଆ, ମହେନ୍ଦ୍ର କୁମାର ପଧାନ ଓ ସନ୍ତୋଷ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ lସର୍ବ ଶେଷରେ ଶକ୍ତି ଦାସ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
