ପଲ୍ଟନ କପ କ୍ରିକେଟ୍ ଫାଇନାଲ ମେଚ ରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କ ଯୋଗଦାନ

ଦେଓଗଡ ଜିଲ୍ଲା ନିକଟସ୍ତ ପଲ୍ଟନ କପ କ୍ରେକେଟ ଫାଇନାଲ ଖେଳ ଅନୁଷ୍ଟିତ ହୋଇଯାଇଥିଲା । ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ତଥା – ସମ୍ୱଲପୁର ଲୋକ ସଭା ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ। ପୌରାଞ୍ଚଳ ଉପାଧ୍ୟକ୍ଷ ଶ୍ରୀ ପ୍ରୋଜିତ୍ କୁମାର ଭୋଜ ମହୋଦୟ। ଭାରତୀୟ ଜନତା ପାର୍ଟି ଯୁବ ନେତା ତଥା-ବାରକୋଟ ବ୍ଲକ ପୂର୍ବତନ ସମିତି ସଭ୍ୟ ଶ୍ରୀ ଭୋଲେଶ୍ୱର ପ୍ରଧାନ ମହୋଦୟ। ଓ ଦେଓଗଡ଼ ଜିଲ୍ଲା ଯୁବ ସାମ୍ବାଦିକ ଶ୍ରୀ ଦେବାନନ୍ଦ ନାଏକ ମଧ୍ୟ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପଲ୍ଟନ କପ କ୍ରିକେଟ ର ସମସ୍ତ କମିଟି ବୃନ୍ଦ ଙ୍କ ନିମନ୍ତ୍ର ରକ୍ଷା କରି ଅତିଥି ବୃନ୍ଦ ମାନେ ନିଜକୁ ଧନ୍ୟ ମନେ କରିଥିଲେ।
ପଲ୍ଟନ କ୍ରିକେଟ କପ ର ସଭାପତି। ସେକ୍ରେଟାରୀ ଓ ସମସ୍ତ ବ୍ଲକ୍ ର ସଦସ୍ଵ ମାନଙ୍କ ପ୍ରଚେଷ୍ଟା ରେ ପଞ୍ଚମ ଦିବସୀୟ ଏହି କ୍ରେକେଟ୍ ମେଚ ସମାପ୍ତ ହାଇଛି। ମୋନୀଙ୍ଗ ଇଲେଭେନ୍ କ୍ଲବ ଓ ପଲ୍ଟନ ୱାରିୟର କ୍ଲବ ମଧ୍ୟରେ ଫାଇନାଲ ଖେଳ ଜାରି ରହିଥିଲା ବେଳେ ଆଠ ରନ ରେ ମୋନିଙ୍ଗ ଇଲେଭେନ୍ କ୍ଲବ ପଲ୍ଟନ ୱାରିୟର କୁ ପରାସ୍ତ କରିଥିଲା। ପଲ୍ଟନ ଖେଳ ପଡିଆ ରେ ସହ ସହ ଦର୍ଶକ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )