May 26, 2026
Home » ପାଇଖାନା ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ଅଘଟଣ।ଶ୍ୱାସ ରୁଦ୍ଧ ହୋଇ ବାପ ପୁଅ ସମେତ ୬ ଶ୍ରମିକଙ୍କ ମୃତ୍ୟୁ

ପାଇଖାନା ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ଅଘଟଣ।ଶ୍ୱାସ ରୁଦ୍ଧ ହୋଇ ବାପ ପୁଅ ସମେତ ୬ ଶ୍ରମିକଙ୍କ ମୃତ୍ୟୁ

0
WhatsApp Image 2026-05-26 at 12.16.15 PM

 

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡ କର୍ଲାଖୁଣ୍ଟା ଠାରେ ନବ ନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ବାପା ପୁଅଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ମାନେ ହେଲେ ଗୌଡ଼ କରଲାଖୁଣ୍ଟା ଗାଁ ର ନିମାଇଁ ପାଲ(୪୮)ତାଙ୍କ ପୁଅ ଆକାଶ ପାଲ (୨୮) ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫),ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ (୨୭), ଦୁଟା ଗାଁ ର ଛନ୍ଦା ଜାଲ,ବିପୁଲ ଜାଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ହାତୀଖୋଜ ଗାଁ ର ପଙ୍କଜ ଜାନୀ (୩୨)। ତାଙ୍କୁ ଏମ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଇଛି।

 

ମିଳିଥିବା ସୂଚନାନୁଯାୟୀ ଶ୍ରମିକ ମାନେ ଆଜି ଉକ୍ତ ଗ୍ରାମର ପାଲ ପରିବାର ର ପାଇଖାନା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଣ୍ଟ୍ରିଙ୍ଗ ଖୋଲିବାକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା କ୍ରମରେ ସେଣ୍ଟ୍ରିଙ୍ଗ ଭୁଶୁଡ଼ି ପଡ଼ିବାରୁ ଶ୍ରମିକ ମାନେ ପାଇଖାନା ଭିତରେ ଦବି ଯାଇଥିଲେ। ଶ୍ୱାସରୁଦ୍ଧ ହୋଇ ୬ଜଣ ଶ୍ରମିକ ଙ୍କ ଜୀବନ ଚାଲି ଯାଇଥିବା ବେଳେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିଥିଲା।
ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅଭାବନୀୟ ଘଟଣାରେ ଗଭୀର ଶୋକ ପ୍ରକାଶ ସହ ପୀଡ଼ିତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *