August 20, 2026
Home » ଲୋକସାହିତ୍ୟବିତ୍, ଭାଷାବିତ୍ ତଥା ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର

ଲୋକସାହିତ୍ୟବିତ୍, ଭାଷାବିତ୍ ତଥା ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର

0
WhatsApp Image 2026-05-26 at 11.39.27 AM

ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ୨୦୨୬ ମସିହାର ପ୍ରଥମ ନାଗରିକ ଅଳଙ୍କରଣ ସମାରୋହରେ ତାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନଗୁଡ଼ିକ ମଧ୍ୟରେ ଅନ୍ୟତମ ପଦ୍ମ ପୁରସ୍କାର (ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ) ୧୯୫୪ ମସିହାରେ ଆରମ୍ଭ କରାଯାଇଥିଲା ଏବଂ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଚୟନିତ ବ୍ୟକ୍ତିଙ୍କ ନାମ ଘୋଷଣାକରାଯାଇଥାଏ। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ୨୦୨୬ ମସିହାର ପ୍ରଥମ ନାଗରିକ ଅଳଙ୍କରଣ ସମାରୋହରେ ତାଙ୍କୁ ମହାମହିମ ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପ୍ରଥମ ପର୍ଯ୍ୟାୟରେ ମୋଟ ୬୬ଟି ପଦ୍ମ ପୁରସ୍କାର (୨ଟି ପଦ୍ମବିଭୂଷଣ,୬ଟି ପଦ୍ମଭୂଷଣ ଓ ୫୮ଟି ପଦ୍ମଶ୍ରୀ) ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ପୁରସ୍କାର ପରବର୍ତ୍ତୀ ପର୍ଯ୍ୟାୟରେ ଦିଆଯିବ।

ସମାରୋହରେ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ଆଜୀବନ ଅବଦାନକୁ,ବିଶେଷକରି ଆଦିବାସୀ ମୌଖିକ ସାହିତ୍ୟର ସଂରକ୍ଷଣ ଏବଂ ଆଦିବାସୀ ଶିଶୁଙ୍କ ପାଇଁ ମାତୃଭାଷା ଆଧାରିତ ଶିକ୍ଷା ପ୍ରୋତ୍ସାହନଦିଗରେ ତାଙ୍କର ନିଷ୍ଠାକୁ ସ୍ବୀକୃତି ସ୍ବରୂପ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।ଅବିଭକ୍ତ କଳାହାଣ୍ଡି (ବର୍ତ୍ତମାନ ନୂଆପଡ଼ା) ଜିଲ୍ଲାର ବାସିନ୍ଦା ଡକ୍ଟର ମିଶ୍ର ଆଦିବାସୀ ସଂସ୍କୃତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବାବେଳେ ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଦସ୍ତାବିଜୀକରଣରେ ଚାରିଦଶନ୍ଧିରୁ ଅଧ‌ିକ ସମୟ ଅତିବାହିତ କରିଛନ୍ତି। ସେ ପୂର୍ବରୁ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧ‌ିକରଣ (OPEPA)ରେ ରାଜ୍ୟ ଆଦିବାସୀ ଶିକ୍ଷା ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ।୨୦୦୬ରେ ସେ ଓଡ଼ିଶାରେ ବହୁଭାଷୀ ଶିକ୍ଷା (MLE) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଦଶରୁ ଅଧୂକ ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।ଏହି କାର୍ଯ୍ୟସ୍ଥାନୀୟ ଲୋକକଥା, କହାଣୀ, କଳା ଓ ସାମାଜିକ ଜ୍ଞାନକୁ ବ୍ୟାପକ ଭାବେ ବ୍ୟବହାର କରି ଆଦିବାସୀ ଶିଶୁମାନଙ୍କ ପାଇଁ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ ଓ ଫଳପ୍ରଦ କରିଥିଲା ଏବଂ ଜାତୀୟ ନୀତିକୁ ପ୍ରଭାବିତ କରିଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed