June 6, 2026
Home » ପାରାଦୀପ ପୌରପାଳିକା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ପାରାଦୀପ ପୌରପାଳିକା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

0
WhatsApp Image 2026-06-06 at 11.38.28 AM

ପାରାଦୀପ,  : ପାରାଦୀପ ପୌରପାଳିକା ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅଠରବାଙ୍କୀ ନିକଟସ୍ଥ ବିଜୟଚାନ୍ଦପୁର ମହାନଦୀ ଘାଟରେ ବୃକ୍ଷରୋପଣ କରାଯାଇଥିଲା । ମହାନଦୀ କୂଳରେ ବ୍ୟାପକ ଭାବେ ହେନ୍ତାଳ ବନ ସୃଷ୍ଟି କରିବା ପାଇଁ ପୌରପାଳିକା ପକ୍ଷରୁ ହେନ୍ତାଳ ଚାରା ରୋପଣ କରାଯାଇଥିଲା । ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ପରିବେଶବିତ୍ ଅମରେଶ ନରେଶ ସାମନ୍ତ, ବିଶ୍ୱଜିତ ସାମଲ, କାଉନସିଲର ସୁବ୍ରତ ପ୍ରଧାନ, ପ୍ରତାପ କୁମାର ନାୟକ, ଅଜିତ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ ।ଏହି ଚାରା ରୋପଣ କାର୍ଯ୍ୟକ୍ରମ ରେ ପାରାଦୀପ ଅଞ୍ଚଳ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସାତ୍ଵିକ ସୋଲ ଫାଉଣ୍ଡେସନ୍‌, ନୀଳଚକ୍ର ୟୁଥ କ୍ଲବ୍‌, ବିବେକାନନ୍ଦ ୟୁଥ କ୍ଲବ୍‌ର ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

prasanta dash nka report epa news

Leave a Reply

Your email address will not be published. Required fields are marked *