ପାରାଦୀପ ପ୍ରେସ୍ ମିଡିଆର ଦଶମ ବାର୍ଷିକ ଉତ୍ସବ ପାଳିତ
ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି | ଏହି ଅବସରରେ ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟି ଟ୍ରଷ୍ଟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ବରିଷ୍ଠ ସାମ୍ବାଦିକ କର୍ମେଶ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ | ପୌରାଧ୍ଯକ୍ଷ ବସନ୍ତ ବାଶ୍ବାଳ ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବାବେଳେ ସଂଘର ଉପଦେଷ୍ଠା ଚିତ୍ତ ରଂଜନ ସ୍ବାଇଁ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁ, ଶୁକଦେବ ଜେନା, ଗଙ୍ଗାଧର ରାଉତ, ଧ୍ରୁବ ମହାପାତ୍ର, ବଟକୃଷ୍ଣ ଦାସ, ପ୍ରଶାନ୍ତ ରାଉତ, ଶରତ ରାଉତ, ଅଜିତ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l ନିକଟରେ ସ୍ଵର୍ଗାରୋହଣ କରିଥିବା ସଂଘର ଅନ୍ଯତମ ଉପଦେଷ୍ଠା ସୁଧିର ରଂଜନ ଦାଶ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ନିଧିରାମ ମହାରଣା ଓ ରୁଦ୍ର ପ୍ରତାପ ନାୟକଙ୍କ ଅମର ଆତ୍ମାର ଶାନ୍ତି କାମନା କରିବାସହ ସେମାନଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ଓ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା | ଏହି ଅବସରରେ ସଂଘର ମୁଖପତ୍ର “ମୁକ୍ତପୃଷ୍ଠା” ଉନ୍ମୋଚନ ହୋଇଥିଲା | ବିଶେଷକରି ଦେଶରେ ଗଣମାଧ୍ଯମକୁ ଦୁଇ ଭାଗରେ ବିଭକ୍ତ କରି ନିଜର ରାଜନୈତିକ ଜୀବନକୁ ଚରିତାର୍ଥ କରିବାକୁ ଷଢଯନ୍ତ୍ର କରୁଥିବା ରାଜନେତାଙ୍କ ବିରୁଦ୍ଧରେ ଗଣମାଧ୍ଯମ ମାନେ ସ୍ବର ଉତ୍ତୋଳନ କରିବାସହ ଦେଶର କୋଟିକୋଟି ଶୋଷିତ ଓ ନିସ୍ପେଷିତ ଜନତାଙ୍କ ସମସ୍ଯାକୁ ସମାଧାନ କରିବା ପରି ଖବର ପ୍ରକାଶ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା |

ଯାହାଦ୍ବାରା ଦେଶରେ ଗଣତନ୍ତ୍ର ସୁଦୃଢ ରହିପାରିବ ଏବଂ ସରକାର ଦେଶବାସୀଙ୍କୁ ସ୍ବଛ ଶାସନ ଦେଇପାରିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା | ଏହାସହ ବିଭିନ୍ନ ସ୍ଥାନରେ କାର୍ଯ୍ଯରତ ଗଣମାଧ୍ଯମ ପ୍ରତିନିଧି ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସଭାରେ ଗଭିର ଉଦବେଗ ପ୍ରକାଶ ପାଇଥିଲା | ସାମ୍ବାଦିକ ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରାଯିବା ସହିତ ଯେକୌଣସି ପରିସ୍ଥିତିରେ ନିଷ୍ଠାରସହ କାର୍ଯ୍ଯ କରିବାକୁ ବକ୍ତାମାନେ ମତବ୍ଯକ୍ତ କରିଥିଲେ | ସମସ୍ତ ସାମ୍ବାଦିକ ଏକତା ହୋଇ କାର୍ଯ୍ଯକଲେ ସମାଜର ଉନ୍ନତି ହେବାସହ ସମସ୍ତ ଖବରଦାତା ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ପାରାଦୀପ ପ୍ରେସ୍ ମିଡିଆର ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସଂପାଦକ ବଟକୃଷ୍ଣ ଦାସ, କୋଷାଧ୍ଯକ୍ଷ ସୁରେନ୍ଦ୍ର କୁମାର ବିଶ୍ବାଳ, ମନୋଜ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶରତ କୁମାର ରାଉତ, ଶୁକଦେବ ଜେନା, ଧୃବ ଚରଣ ମହାପାତ୍ର, ହରିଶ୍ଚନ୍ଦ୍ର ଲେଙ୍କା, ଅଜିତ୍ କୁମାର ଦାସ, ଶୁସିଲ୍ ପଟନାୟକ, ସୁମନ୍ତ ସ୍ବାଇଁ, ରଶ୍ମିରଂଜନ ରାଉତରାୟ, ପ୍ରଶାନ୍ତ କୁମାର ସ୍ବାଇଁ, ବିରଜା ପ୍ରସାଦ ସେଠୀ, ସମିର କୁମାର ମହାନ୍ତୀ,ପ୍ରଶାନ୍ତ ଦାଶ, ବିବେକାନନ୍ଦ ରାଉତ, ବିକାଶ କୁମାର ବେହେରାଙ୍କ ସମେତ ବିଭିନ୍ନ ଗଣମାଧ୍ଯମ ପ୍ରତିନିଧୀ ଓ ବୁଦ୍ଧିଜିବୀ ମାନେ ଯୋଗଦେଇ ସାମ୍ବାଦିକ ମାନଙ୍କ କର୍ତ୍ତବ୍ଯ ଓ କାର୍ଯ୍ଯନିଷ୍ଠା ଉପରେ ଆଲୋକପାତ କରିଥିଲେ | ଶେଷରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଶେଷରେ ସଭାପତି ଅଜିତ୍ କୁମାର ଦାସ ଙ୍କ ଧନ୍ୟବାଦ ପରେ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁରେନ୍ଦ୍ର ବିଶ୍ଵାଳ, ମନୋଜ ଦାସ, ସଂଜୀବ ମିଶ୍ର ଓ ଅରୁଣ କୁମାର ସ୍ବାଇଁ ପ୍ରମୁଖ ସଫଳତାର ସହିତ ପରିଚାଳନା କରିଥିଲେ ଏବଂ ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
