July 5, 2025
Home » ପାରାଦୀପ ମୁନିସିପାଲିଟି ରେ ହଇଜା ନିରାକରଣ ପ୍ରସ୍ତୁତି ବୈଠକ

ପାରାଦୀପ ମୁନିସିପାଲିଟି ରେ ହଇଜା ନିରାକରଣ ପ୍ରସ୍ତୁତି ବୈଠକ

0
WhatsApp Image 2025-06-19 at 7.46.51 PM

ପାରାଦୀପ – ସମ୍ପ୍ରତି ରାଜ୍ୟରେ ହଇଜା ରୋଗ ମାରାତ୍ମକ ଭାବେ ବ୍ୟାପିବାରେ ଲାଗିଛି ଏବଂ ବିଭିନ୍ନ ଜିଲ୍ଲା ରେ ହଇଜା ରୋଗରେ ବହୁ ଲୋକ ଆକ୍ରାନ୍ତ ହେଲେଣି l ତେବେ ଏହାକୁ ଦୃଷ୍ଟିରେ ରଖି ଏହାର ପ୍ରାକ ମୁକାବିଲା ଲାଗି ପାରାଦୀପ ମୁନିସିପାଲିଟି ପକ୍ଷରୁ ଏକ ଜରୁରୀ କାଳୀନବୈଠକ ଅନୁଷ୍ଠିତ ହୋଇଯାଇଛି l

ବୁଧବାର ଅପରାହ୍ନରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ମୁନିସିପାଲିଟି ସଭା ଗୃହରେ ଅନୁଷ୍ଠିତ ଉକ୍ତ ବୈଠକରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅଠରବାଙ୍କି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବି.କେ.ରାଉତ, ପାରାଦୀପ ବନ୍ଦର ପିଏଚଡ଼ି ନିର୍ବାହୀ ଯନ୍ତ୍ରୀ କୁଳମଣି ବେହେରା,ପିଏଚଓ ଅଧିକାରୀ ଡା. ପାର୍ଥସାରଥୀ ରାୟ, ମୁନିସିପାଲିଟି ସହକାରୀ ଯନ୍ତ୍ରୀ ମାନସ ମୁର୍ମୁ ଙ୍କ ସମେତ ମୁନିସିପାଲିଟି ର ଅନ୍ୟ କର୍ମଚାରୀ ମନେ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ରେ ହଇଜାର ନିରାକରଣ ପାଇଁ ସମସ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି l ହଇଜାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହେଲେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖବର ଦେବା, ରାସ୍ତା ପାର୍ଶ୍ୱରେ ଥିବା ଦୋକାନରୁ ଖାଦ୍ୟ ନଖାଇବା, ବାସି ଖାଦ୍ୟ ନଖାଇବା, ଜଳକୁ ବିଶୋଧନ କରି ପିଇବା ଆଦି ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା l

Leave a Reply

Your email address will not be published. Required fields are marked *