September 21, 2024
Home » ପାରାଦ୍ଵୀପ ପୋର୍ଟ ଡ଼ିଏଲଆର୍ସ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ପାରାଦ୍ଵୀପ ପୋର୍ଟ ଡ଼ିଏଲଆର୍ସ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

0

ପାରାଦୀପ,  : ପାରାଦ୍ଵୀପ ପୋର୍ଟ ଡ଼ିଏଲଆର୍ସ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ଓ ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ବାପି ସର୍ଖେଲଙ୍କ ନେତୃତ୍ଵରେ ଏକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବିଜୁ କନଭେନସନ୍ ହଲରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି I ଉକ୍ତ ବୈଠକରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ର ସଭାପତି ବାପି ସର୍ଖେଲ, ଉପ-ସଭାପତି ନିରଞ୍ଜନ ମଲ୍ଲିକ, ସଞ୍ଜୟ ସେଠୀ, ତପନ କୁମାର ପାତ୍ର ଓ ମନୀନ୍ଦ୍ର ଗୁରୁ, ସାଧାରଣ ସମ୍ପାଦକ ସମୀର ବିଶ୍ଵାଳ ଓ ପାରାଦ୍ଵୀପ ବନ୍ଦରର ଲେବର ଟ୍ରଷ୍ଟି ଭାବେ ସୁନୀଲକାନ୍ତ ଦାସଙ୍କ ସହିତ ଡ଼ିଏଲଆର ସଂଘର ଉପ-ସଭାପତି ନିର୍ମଳ ମହାପାତ୍ର, ଶିବପ୍ରସାଦ ବଳିଆରସିଂହ ଓ ସହ-ସମ୍ପାଦକ ରାମକୃଷ୍ଣ ମହାପାତ୍ର ଙ୍କ ସହିତ କାର୍ଯ୍ୟକାରୀ ସଭ୍ୟ ଶେଖ୍ ଆବିଦ୍ ଅଲି, ମଦନ ରାଉତ, ଭାସ୍କର ଗୋଛାୟତ, ମହେଶ୍ଵର ରାଉତ, ଗଣେଶ୍ଵର ବେହେରା ଓ କମଳାକାନ୍ତ ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।ଏବଂ ଏହା ସହ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଡ଼ିଏଲଆର ଶ୍ରମିକ ଭାଇ ଓ ଭଉଣୀମାନେ ଏଥିରେ ଯୋଗ ଦେଇଥିଲେ।ଡ଼ିଏଲଆର ଭାଇ ଓ ଭଉଣୀ ମାନଙ୍କର ସଭାପତିଙ୍କ ପ୍ରତି ଆଶା ଓ ବିଶ୍ଵାସକୁ ଦୃଷ୍ଟିରେ ରଖି ସେମାନଙ୍କ ମୌଳିକ ସମସ୍ୟା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ୪ ଦଫା ଦାବି ଯଥା ସମାନ କାର୍ଯ୍ୟକୁ ସମାନ ମଜୁରୀ, ଅବସର ନେବା ସମୟରେ ୧୫ ଲକ୍ଷ ଟଙ୍କାର ବ୍ୟବସ୍ଥା, ଅବସର ପରେ ଅଧିକତମ ୩ ବର୍ଷ ପାଇଁ ନିଜ ଡ୍ୟୁଟିରେ ରହିବା ଓ ବନ୍ଦର କର୍ମଚାରୀଙ୍କ ପରି ବନ୍ଦର ଚିକିତ୍ସାଳୟରେ ସମସ୍ତ ପ୍ରକାର ଚିକିତ୍ସାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ଅତିଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଦଳମତ ନିର୍ବିଶେଷରେ ତଥା ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସମସ୍ତଙ୍କ ଠାରୁ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ ସଭାପତି ଶ୍ରୀ ସର୍ଖେଲ। ପୂର୍ବରୁ ସଙ୍ଘ ପକ୍ଷରୁ ପ୍ରଦାନ କରାଯାଇଥିବା ୪ ଦଫା ଦାବିର ପ୍ରତ୍ୟୁତ୍ତରେ ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତ ସରକାର ତରଫରୁ ବନ୍ଦର କର୍ତ୍ତୁପକ୍ଷଙ୍କ ନିକଟକୁ ଏକ ଚିଠି ଆସିଅଛି I ତତ୍ ସହିତ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ଉପ-ମୁଖ୍ୟ ଶ୍ରମଧିକାରୀ (କେନ୍ଦ୍ରୀୟ), ଭୁବନେଶ୍ଵର ଙ୍କ କାର୍ଯ୍ୟIଳୟରେ ମିଳିତ ବୈଠକରେ ଯୋଗ ଦେବା ପାଇଁ ପାରାଦ୍ଵୀପ ବନ୍ଦର କର୍ତ୍ତୁପକ୍ଷ ଏବଂ ପାରାଦ୍ଵୀପ ପୋର୍ଟ ଡ଼ିଏଲଆର୍ସ ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନଙ୍କ ଉପସ୍ଥିତିରେ ସମସ୍ତ ୪ ଦଫା ଦାବିର ଆଲୋଚନା ନିମନ୍ତେ ଚୂଡ଼ାନ୍ତ କାର୍ଯ୍ୟପନ୍ଥା ସ୍ଥିର କରାଯାଇଅଛି। ବର୍ତ୍ତମାନ ସମସ୍ତ ଶ୍ରମିକ ଭାଇ ଓ ଭଉଣୀ ମାନଙ୍କ ଏକତ୍ରିତ ହେବାର ସମୟ ଆସିଛି ଯାହାକି ଏହାଦ୍ଵାରା ପରବର୍ତ୍ତୀ ସମୟରେ ସେମାନଙ୍କ ଜୀବନର ମୂଳ ଲକ୍ଷ୍ୟକୁ ସେମାନେ ହାସଲ କରିପାରିବେ ବୋଲି ଶ୍ରୀ ସର୍ଖେଲ ଦୃଢୋକ୍ତି ପ୍ରକାଶ କରିଥିଲି Iଶେଷରେ ପାରାଦ୍ଵୀପ ପୋର୍ଟ ୱାର୍କର୍ସ ୟୁନିୟନର ନବନିଯୁକ୍ତ ସଭାପତି ଭାବେ ମନୋନୀତ ହୋଇଥିବା ସାଂସଦ ବିଭୁ ପ୍ରସାଦ ତରାଇ ଙ୍କୁ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ସାଂସଦ ଙ୍କ ସହ ଆଲୋଚନା କରି ପାରାଦ୍ଵୀପ ବନ୍ଦରରେ କାର୍ଯ୍ୟରତ ଥିବା ସମସ୍ତ ୟୁନିୟନର ପଦାଧିକାରୀଙ୍କୁ ଶ୍ରମିକ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ନିମନ୍ତେ ନିବେଦନ କରିବେ।

Leave a Reply

Your email address will not be published. Required fields are marked *