ପିତୃ ମାତୃହିନ ଏକକ ଅଭିଭାବକ ଓ ଅନାଥ ଶିଶୁଙ୍କ ସଚେତନତା ଉପସ୍ଥାନ ଶିବିର ଅନୁଷ୍ଠିତ
ନୟାଗଡ଼ ( ଇପିଏ ) ନୟାଗଡ ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କୁ ଆଇନଗତ ଓ ସାମାଜିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଦଶପଲ୍ଲା ବ୍ଲକରେ ଜିଲ୍ଲା ପ୍ରଶାସନ ନୟାଗଡ ତରଫରୁ ଏକ ସଚେତନତା ଶିବିର ( ‘କ୍ୟାମ୍ପ କୋର୍ଟ’ )ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କ ଅଧିକାର, ସୁରକ୍ଷା, ଶିକ୍ଷା, ସରକାରୀ ଯୋଜନାର ସୁବିଧା ଏବଂ ଆଇନଗତ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିଶୁମାନେ ଯେପରି ନିଜର ଅଧିକାର ଓ ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନେ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶିବିୟନ ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟା ଶ୍ରୀମତୀ ରୋଜାଲିନ ସାହୁଙ୍କ ସମେତ ସମ୍ପୃକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଯୋଗଦେଇ ଉପସ୍ଥିତ ହିତାଧିକାରୀଙ୍କ ସମସ୍ୟା ଶୁଣିଥିଲେ। ଆବଶ୍ୟକ କ୍ଷେତ୍ରରେ ଆଇନଗତ ପରାମର୍ଶ ଓ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କ୍ୟାମ୍ପରେ ଦଶପଲ୍ଲା ବ୍ଲକର ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଯୋଗଦେଇଥିଲେ। ଶିଶୁମାନଙ୍କ ସମସ୍ୟା ଚିହ୍ନଟ କରି ଆବଶ୍ୟକ ସହାୟତା ଯୋଗାଇଦେବା ସହ ସେମାନଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଏହି ‘କ୍ୟାମ୍ପ କୋର୍ଟ’ ମାଧ୍ୟମରେ ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଅଧିକାର, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇଥିବା ମତ ପ୍ରକାଶ ପାଇଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
