July 13, 2026
Home » ପୁଅ ପାଇଁ ବାପା ର ଅର୍ଥ ଚିନ୍ତା : ଭଲ କରିବା ପାଇଁ ଅସହାୟ ବାପା ମାଗିଲେ ଭିକ୍ଷା

ପୁଅ ପାଇଁ ବାପା ର ଅର୍ଥ ଚିନ୍ତା : ଭଲ କରିବା ପାଇଁ ଅସହାୟ ବାପା ମାଗିଲେ ଭିକ୍ଷା

0
WhatsApp Image 2026-07-13 at 11.38.03 AM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଂଚାୟତ ଗୁଲୁଣ୍ଡା ଗ୍ରାମର ରବୀନ୍ଦ୍ର ମାଝୀ ନିଜ ପୁଅକୁ ସ୍କୁଲ ରେ ଛାଡି ଘରକୁ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ବର୍ତ୍ତମାନ ରବୀନ୍ଦ୍ର ଆଜକୁ ୨ ମାସ ରୁ ଉର୍ଦ୍ଧ୍ୱ ହେବ ବୁର୍ଲା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି l ହେଲେ ସୁସ୍ଥ ହେବାପାଇଁ ଟଙ୍କା ଆବଶ୍ୟକ ପଡୁଥିବାରୁ ଘରେ ଯାହାକିଛି ଥିଲା ସେ ସବୁ ବିକ୍ରି କରି ଖର୍ଚ୍ଚ କରିସାରିଲେଣି l ତାଙ୍କର ବୁର୍ଲା ରେ ରହିବା ଚିକିତ୍ସା କରିବା ଏପରି କି ନିଜେ ଖାଇବା ପାଇଁ ପଇସା ନଥିବା ପ୍ରକାଶ କରିଛନ୍ତି l ଶନିବାର ବାପା ଇନ୍ଦ୍ରଜିତ ମାଝୀ ବେକରେ ଏକ ପୋଷ୍ଟର ଲଗାଇ ହାତରେ ଭିକ୍ଷା ଥାଳି ଧରି ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ହୃଦୟ ବିଦାରକ l ଇନ୍ଦ୍ରଜିତ କହିବା ଅନୁସାରେ ୨ ଟି ଅପରେସନ ସାରିଥିବାବେଳେ ଆଉ ଗୋଟିଏ ଅପରେସନ କରିବାକୁ ପଡିବ l ନିଜ ପାଖରେ ଟଙ୍କାଟିଏ ବି ନାହିଁ ସେଠାରେ ରହିବା ଔଷଧ କିଣିବା ଓ ନିଜେ ଚଳିବା ପାଇଁ ମଧ୍ୟକିଛି ନାହିଁ ହେଲେ ଏବେ ପୁଅର ଆଉ ଗୋଟିଏ ଅପରେସନ ହେବ ବୋଲି ରବୀନ୍ଦ୍ରଙ୍କ ବାପା ଇନ୍ଦ୍ରଜିତ ମାଝୀ କହିଛନ୍ତି l କିନ୍ତୁ ହାତରେ ଅର୍ଥ ନାହିଁ l ଯେଉଁଥିପାଇଁ ପରିଣତ ବୟସ୍କ ବାପା ଇନ୍ଦ୍ରଜିତ ପୁଅ ରବୀନ୍ଦ୍ରର ଅପରେସନ ପାଇଁ ସହରର ଗଳିକନ୍ଦି,ଦୋକାନ ବଜାର, ଚାରିଆଡେ ବୁଲିବୁଲି ଭିକ୍ଷା ମାଗୁଛନ୍ତି l ଏଥିପ୍ରତି ସୁବର୍ଣ୍ଣପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *