ପୁରୀ ଜିଲ୍ଲାରେ ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ସଂସ୍ଥାଗୁଡ଼ିକ ଉପରେ ପୋଲିସର ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ
ପୁରୀ ଜିଲ୍ଲାରେ ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ ନିମନ୍ତେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି।ସିଟି ସବ୍-ଡିଭିଜନ ଅନ୍ତର୍ଗତ ବଳିଆପଣ୍ଡା, ସମୁଦ୍ରକୂଳ, ପୁରୀ ଟାଉନ୍ ଓ କୁମ୍ଭାରପଡ଼ା ଥାନାର ଥାନାଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ଦ୍ୱାରା ଏହି ଅଭିଯାନ ପରିଚାଳିତ ହୋଇଥିଲା।ଏହି ଅଭିଯାନରେ ମୋଟ ୬୭ଟି ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ସଂସ୍ଥା ଯାଞ୍ଚ କରାଯାଇଥିବା ବେଳେ ୩୬ ଜଣଙ୍କୁ ଆବଶ୍ୟକ କାଗଜପତ୍ର ଯାଞ୍ଚ ନିମନ୍ତେ ସମ୍ପୃକ୍ତ ଥାନାକୁ ଡକାଯାଇଛି ।ଏଥିସହ ଅନୁମତି ବିନା ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯାଇଥିଲା।ପର୍ଯ୍ୟଟକଙ୍କ ସ୍ୱାର୍ଥରକ୍ଷା, ଠକେଇ ରୋକିବା ଏବଂ ନିୟମାନୁଯାୟୀ ବ୍ୟବସାୟିକ କାର୍ଯ୍ୟକଳାପ ସୁନିଶ୍ଚିତ କରିବା ଦିଗରେ ଏହି ଯାଞ୍ଚ ଅଭିଯାନ ଗୁରୁତ୍ୱପୂର୍ଣ୍ଣ। ନିୟମ ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ମିଳିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱଚ୍ଛ ସେବା ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏପରି ଯାଞ୍ଚ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।
