October 13, 2026
Home » ପୁରୀ ପୋଲିସ ଓ ଆର୍‌ଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ

ପୁରୀ ପୋଲିସ ଓ ଆର୍‌ଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ

0
WhatsApp Image 2026-10-10 at 6.08.29 PM (1)

 

ସଡ଼କ ଦୁର୍ଘଟଣା ହ୍ରାସ କରିବା, ଟ୍ରାଫିକ୍ ନିୟମ ପାଳନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ମୂଲ୍ୟବାନ ଜୀବନ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଆଜି ପୁରୀ ପୋଲିସ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO), ପୁରୀ ପକ୍ଷରୁ ମିଳିତ ଭାବେ ଏକ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ ଆୟୋଜନ କରାଯାଇଥିଲା। ପୁରୀ ସହରର ଏନ୍‌ଏଚ୍‌-୩୧୬ ଅନ୍ତର୍ଗତ ସଦର ଥାନା ଛକଠାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏହି ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଏସ୍‌ପି, ପୁରୀ; ଆର୍‌ଟିଓ, ପୁରୀ; ସିଟି ଡିଏସ୍‌ପି; ଏସ୍‌ଡିପିଓ, ସଦର ଏବଂ ଏସି, ହୋମ୍‌ଗାର୍ଡଙ୍କ ସମେତ ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଅଭିଯାନ ସମୟରେ ଗାଡ଼ି ଚାଳକମାନଙ୍କୁ ଟ୍ରାଫିକ୍ ନିୟମ ପାଳନ, ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପରିଧାନ, ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବ୍ୟବହାର, ନିର୍ଦ୍ଧାରିତ ଗତିସୀମା ମଧ୍ୟରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।ଏହି ଅବସରରେ ଦୁଇଚକିଆ ଯାନ ଚାଳକମାନଙ୍କୁ ହେଲମେଟ୍ ବଣ୍ଟନ କରାଯାଇ ସୁରକ୍ଷିତ ଯାତାୟାତ ଏବଂ ହେଲମେଟ୍‌ର ନିୟମିତ ବ୍ୟବହାର ପାଇଁ ଉତ୍ସାହିତ କରାଯାଇଥିଲା। ଏଥିସହ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଯାନବାହନଗୁଡ଼ିକୁ ଯାଞ୍ଚ କରାଯାଇ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପୁରୀ ପୋଲିସ ପକ୍ଷରୁ ସମସ୍ତ ଗାଡ଼ି ଚାଳକ ଓ ରାସ୍ତା ବ୍ୟବହାରକାରୀଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା, ନିଜ ସୁରକ୍ଷା ସହ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଏବଂ ଦାୟିତ୍ୱବାନ ନାଗରିକ ଭାବେ ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *