August 26, 2026
Home » ପୂର୍ବତନ କଂଗ୍ରେସ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ପୂର୍ବତନ କଂଗ୍ରେସ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0
WhatsApp Image 2026-08-26 at 4.23.27 PM

ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ମୁଖ୍ୟ ସଚେତକ, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସତ୍ୟଭୂଷଣ ସାହୁଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଶ୍ରୀ ଦାସ କହିଛନ୍ତି ଯେ ସ୍ୱର୍ଗତ ସତ୍ୟଭୂଷଣ ସାହୁ କଂଗ୍ରେସ ଦଳର ଜଣେ ଦୃଢ଼ ସଂଗଠକ ଥିଲେ । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ଅତ୍ୟନ୍ତ ନିଷ୍ଠାର ସହ ସଂପନ୍ନ କରିଥାନ୍ତି । ତାଙ୍କର ମୃତ୍ୟୁ ଦଳପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଶ୍ରୀ ଦାସ ଗଭୀର ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *