August 26, 2026
Home » ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌

ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌

0
WhatsApp Image 2026-08-26 at 3.51.50 PM

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ସ୍ଥାନୀୟ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ପ୍ରାୟ ୮ଲକ୍ଷ ଟଙ୍କା ବ୍ୟୟରେ କାର୍ପେଟ୍ ବିଛା ଯାଇଛି। ଲାୟନ୍ସ କ୍ଲବ ଇଣ୍ଟର୍‌ନ୍ୟାସ୍‌ନାଲ୍ ଡିଷ୍ଟିକ୍ ୩୨୨ ସି /୪ ନୟାପଲ୍ଳୀ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉଦ୍‌ଘାଟନ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି, ମନ୍ଦିର ଟ୍ରଷ୍ଟି ଓ ଏଡିଏମ୍ ଶ୍ରୀ ରମେଶ ଚନ୍ଦ୍ର ଜେନା,ଡିଷ୍ଟିକ୍ ପ୍ରେସିଡେଣ୍ଟ ଲାୟନ୍ସ ଇଂ ଅଶ୍ୱନୀ ଦାଶ, ସମ୍ମାନୀତ ଅତିଥି ଆନୁଷ୍ଠାନିକ ଭାବେ ନଡିଆ ଭାଙ୍ଗି ଏହାକୁ ଉନ୍ମୋଚନ କରିଥିଲେ।

ଲାୟନ୍ସ କ୍ଲବ ଭୁବନେଶ୍ୱର ଓ ନୟାପଲ୍ଲୀର ସଭାପତି ସୁବ୍ରତ ଶତପଥୀ, ସମ୍ପାଦକ ପ୍ରତୀକ ମହାପାତ୍ରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ଖଣ୍ଡେଲୱାଲ୍‌, ସୌମ୍ୟତ୍ର ମହାପାତ୍ର, ଦିଲ୍ଲୀପ ମିଶ୍ର, ସୁନୀଲ ପାତ୍ର, ସୁରଜ ବଗଲା, ଭି.କେ ଲୁଥା, ହେମନ୍ତ ଖୁଣ୍ଟିଆ, ଲଲାଟେନ୍ଦୁ ଶତପଥୀ ଓ ସମାଜସେବୀ ସବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *