ପୋଷ୍ଟ ମାଟ୍ରିକ୍ ଛାତ୍ରବୃତ୍ତି ବନ୍ଦ ପ୍ରତିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ଶତାଧିକ ଛାତ୍ରଛାତ୍ରୀ
ପୋଷ୍ଟ ମାଟ୍ରିକ୍ ଛାତ୍ର ବୃତ୍ତି ବନ୍ଦ କରାଯିବା ପ୍ରତିବାଦରେ ଗଜପତି ଜିଲ୍ଲା ରାମଗିରି ସ୍ଥିତ ଡଃ.ବି.ଆର.ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟର ଶତାଧିକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ୨୦୨୫-୨୬ବର୍ଷ ନିମନ୍ତେ ପୋଷ୍ଟ ମାଟ୍ରିକ୍ ଛାତ୍ର ବୃତ୍ତି ପ୍ରଦାନ କରିବା ନିମନ୍ତେ ଅନ୍ଲାଇନରେ ଆବେଦନ କରିଥିଲେ ।

କିନ୍ତୁ ରାମଗିରି ସ୍ଥିତଡଃ.ବି.ଆର.ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟୟନରତ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ବ୍ୟତୀତ ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ପୂର୍ବବର୍ଷ ଗୁଡିକରେ ସେମାନଙ୍କୁ ଏହି ଛାତ୍ରବୃତ୍ତି ମିଳୁଥିଲା । ମହାବିଦ୍ୟାଳୟର କୌଣସି ନଥିପତ୍ରରେ ରହିଥିବା ଅସୁବିଧା କାରଣରୂୁ ଏହା ବନ୍ଦ କରାଯାଇଛି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ମହାବିଦ୍ୟାଳୟର କୌଣସି ନଥିପତ୍ର ନଥିଲେ ସେମାନଙ୍କ ଦୋଷ କେଉଁଠି ରହିଲା । ସେଥି ନିମନ୍ତେ ମହାବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଆମ୍ଭମାନଙ୍କର ଛାତ୍ରବୃତ୍ତି କାହିଁକି ବନ୍ଦ କରାଯାଇଛି ବୋଲି ଛାତ୍ରଛାତ୍ରୀ ମାନେ ପଶ୍ନ୍ର କରିଛନ୍ତି । ଏ ହି ସମସ୍ୟା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ବାରମ୍ବାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ବିଶେଷ କରି ସେମାନେ ଗରିବ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି ବନ୍ଦ କରିବା ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ବିଶେଷକରି ପାଠପଢା ସମ୍ବନ୍ଧୀୟ ବହି,ଖାତା ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବାରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛୁ । ତେଣୁ ସେମାନଙ୍କ ଅଭିଯାଗ ଗୁଡିକର ତୁରନ୍ତ ସମାଧାନ କରିବା ସକାଶେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଗତବର୍ଷ କିଛିବର୍ଷ ହେଲା ଗଜପତି ଜିଲ୍ଲାରେ ଅଧାରୁ ପାଠପଢା ଛାଡୁଥିବା ଛାତ୍ରଛାତ୍ରୀ(ଡ୍ରପ୍ ଆଉଟ୍) ସଂଖ୍ୟା ଅଧିକ ରହିଛି ବୋଲି ବିଧାନସଭାରେ ହୋହାଲ୍ଲା ହେବାସହ ଉଦ୍ବେଗ ପ୍ରକାଶ ପାଇଥିଲା ।

ଏହାକୁ କିପରି ରୋକାଯାଇ ପାରିବ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର କରାଯାଇଥିଲା । ତେବେ ଏଭଳି ଦୃଶ୍ୟକୁ ଦେଖିଲେ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସ୍ୱଷ୍ଠ ଅନୁମେୟ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
