ପ୍ରଧାନ ଶିକ୍ଷକ ଅଭୟଚରଣ ମହାଳିକ ଙ୍କ ପରଲୋକ

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଶିମିଳିପଦର ପଂଚାୟତ ଅନ୍ତର୍ଗତ ଲୋକାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଭୟ ଚରଣ ମହାଳିକ ଙ୍କ ଗତ ରାତି ରେ ପରଲୋକ ହୋଇ ଯାଇଛି l ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଗତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ 11 ଟାରେ ନିଜ ଗାଁ ପତ୍ରାପାଲି ରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ନେଉ ଥିବା ବେଳେ ରାସ୍ତା ରେ ସମ୍ପୂର୍ଣ୍ଣ ଅଚେତ ହେଇ ପଡ଼ିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏହା ହୃଦଘାତ ଜଣିତ ମୃତ୍ୟୁ ବୋଲି ଜଣା ଯାଇଛି l ତାଙ୍କ ବିୟୋଗ ରେ AUPTF ରାଜ୍ୟ ସଭାପତି ଅନିତା ମେହେର,5000 ଟଙ୍କା ଶବ ସଂସ୍କାର ପାଇଁ ପରିବାର ଲୋକ ଙ୍କୁ ପ୍ରଦାନ କରିଥିବା ଜଣାପଡିଛି l ପରେ କଣ୍ଟାମାଳ ବ୍ଲକ ମିଳିତ ଶିକ୍ଷକ ସଭାପତି ନୀଳାଞ୍ଚଳ ଭୋଇ, ପବିତ୍ର ସାହୁ, ମନରଞ୍ଜନ ନାଏକ,ବଳଭଦ୍ର ବିଶ୍ୱାଳ, ସୁଶୀଲ ପ୍ରଧାନ, ରଞ୍ଜୁ ଅମାତ, ଶିଶିର ଖଟୁଆ ଲୋକାପଡା ସ୍କୁଲ ଶିକ୍ଷକ ସରୋଜ ରଣା, ରଶ୍ମି ରଞ୍ଜନ ହରିପାଳ, ସନ୍ଦୀପ ସାହୁ ଙ୍କ ସମେତ ଅନ୍ୟ ଶିକ୍ଷକ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି l ପଡୋଶୀ ବନ୍ଧୁ, ପରିଜନ ବୁଦ୍ଧି ମାନ ଖେତୀ ହେମlନନ୍ଦ ବିଶ୍ୱାଳ,ରଙ୍ଗା ନାଏକ, ଦିଲ୍ଲୀପ ମଳିକ,କୃପା ସିନ୍ଧୁ ସୁନା,ଗଜେନ୍ଦ୍ର ମହାପାତ୍ ଶେଷ ଦର୍ଶନ କରିଥିଲେ l ଖବର ପାଇଁ କଟକ ରେ ଶିକ୍ଷୟିତ୍ରୀ ଭାବେ ନୂଆ ନିଯୁକ୍ତି ପାଇ ଥିବା ବଡ଼ ଝିଅ ପହଞ୍ଚିଥିଲେ l ସହ ଧର୍ମିଣୀ ଓ ଅନ୍ୟ ଦୁଇ ଝିଅ, ତାଙ୍କର ବାପା ତଥା ଅବସର ପ୍ରାପ୍ତ ଶିକ୍ଷକ ଶିବ ଚରଣ ମହାଳିକ, ସାନ ଭାଇ ଅଜୟ ଚରଣ ମହାଳିକ, ପୁତୁରା ଉମାଶଙ୍କର ଙ୍କ ସମେତ ଅନ୍ୟ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର