August 7, 2026
Home » ପ୍ରାକୃତିକ ପୁନଃ ର୍ଜନନ ଓ ଖାଲି ସ୍ଥାନ ରେ ବୃକ୍ଷ ରୋପଣ

ପ୍ରାକୃତିକ ପୁନଃ ର୍ଜନନ ଓ ଖାଲି ସ୍ଥାନ ରେ ବୃକ୍ଷ ରୋପଣ

0
WhatsApp Image 2026-08-06 at 11.03.45 AM

ଫୁଲବାଣୀ -ଇ ପି ଏ _ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା କନ୍ଧମାଳ ଜିଲ୍ଲା, ଫୁଲବାଣୀ -ବନଖଣ୍ଡ, ଟିକାବାଲି ବନାଞ୍ଚଳ,ବିଟ-ଶଙ୍କରାଖୋଲ, ସେକ୍ସନ ଟିକାବାଲି ଙ୍କ ଅଞ୍ଚଳ ରେ ୨୦୨୪-୨୫ ଆର୍ଥିକ ବର୍ଷରେ ୫୦ ହେକ୍ଟର କ୍ଷେତ୍ର ଫଳ ରେ କାମ୍ପା.,ଏପିଓ ଯୋଜନାରେ ଲାଇନପଡା ସଂରକ୍ଷିତ ଜଙ୍ଗଲରେ ଖାଲିଥିବା ସ୍ଥାନରେ ୨୫୦୦ ଚାରା ରୋପଣ କରାଯାଇ ରକ୍ଷଣାବେକ୍ଷଣ ଦାୟିତ୍ବ ଚାଲିଛି।ହେଲେ କେତେ ଗଛ ବଞ୍ଚିଛି,କେତେ ଗଛ ମରିଯାଇଛି ସେ ହିସାବ ରେଞ୍ଜର ଙ୍କୁ ଫୋନରେ ଯୋଗାଯୋଗ କଲେ ଉତ୍ତର ମିଳେ ନାହିଁ ନତୁବା ରେଞ୍ଜର ପୁରୁଣା କର୍ମଚାରୀ ଙ୍କ ଇଂଗିତ ରେ ପରିଚାଳିତ ହେଉଥିଲେ।

ତୁ ଗୁହାରୀ କରିବୁ ଯାହାକୁ – ସେହି ଭଳି ଭାବେ ସାଧାରଣ ରେ ଆଲୋଚନା ଜଙ୍ଗଲ ବିଭାଗ ଦ୍ଵାରା ନିଆଁ ଲିଭାଇବା ଠାରୁ ବୃକ୍ଷ ରୋପଣ,ଏପରିକି ପରିସରରେ ଥିବା ଶାଗୁଆନ ଗଛ ମରିଯାଇଛି ନା ବଞ୍ଚିଛି।କେତେ ଇଟାଭାଟି ରେ ଜାଳେଣି କାଠ ବ୍ୟବହାର କରାଯାଉଛି ତାହାର ଆଦାୟ ରସିଦ , ଏବଂ କେତେ କାଠ ବୋଝେଇ ଟ୍ରାକ୍ଟର ସିଏ ହୋଇଛି,ଏପରି ଅନେକ ପ୍ରଶ୍ନ ଉପରେ ସାଧାରଣ ରେ ଦୃଢ଼ ସମାଲୋଚନା ମୂଳକ ଆଲୋଚନା ଶୁଣିବାକୁ ମିଳୁଛି। ନୂଆଁ ରେଞ୍ଜର ଫରେଷ୍ଟର ଦାଣ୍ଟା ଅଧିକାରୀ, ହେଲେ ପ୍ରକଳ୍ପ ରେ ବୃକ୍ଷ ରୋପଣ ହାତିଘଉଡାଇବାରେ ବିଫଳ ପୂର୍ବତନ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ ଙ୍କୁ ବର୍ତ୍ତମାନ ଡି ଏଫ୍ ଓ, ଘୁଉଦୟଗିରି ବନାଅଞ୍ଚ ଅଧିକାରୀ ଅଛନ୍ତି। ଯଦିଓ ଟିକାବାଲି ବନାଞ୍ଚଳ ଅଧିକାରୀ ଙ୍କ ଅଞ୍ଚଳ ରେ ବାରଂବାର ସମସ୍ତ ବୃକ୍ଷ ରୋପଣ ସ୍ଥାନକୁ ପରିଦର୍ଶନରେ ଯାଉଛନ୍ତି,ତେବେ ଗୋଟିଏ ବୋର୍ଡରେ “ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ଵ” ତେବେ ଏପରି ଭୁଲ ଲେଖାକୁ ପ୍ରର୍ଷୟ ଦେଇ ନୂତନ ଲୋକଙ୍କ ସରକାର ବିଜେପି ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଙ୍କୁ କଳାଛିଟ ମାରୁଛନ୍ତି। ଟିକାବାଲି ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ପ୍ରତି ଉଚ୍ଚ କତ୍ତୃପକ୍ଷ ଙ୍କ ଦୃଷ୍ଟି ପଡୁ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *