July 1, 2025
Home » ବଛର ପୁରତି କବିତା ଆସର
WhatsApp Image 2025-01-03 at 1.05.17 PM

ଟିଟିଲାଗଡ,: ଇଂରାଜି ବର୍ଷ ବିଦାୟ ଦେବା ଓ ୨୦୨୫କୁ ସ୍ବାଗତ କରିବା ପରିପ୍ରେକ୍ଷୀରେ କୋଶଳୀ ସ୍ଥାନୀୟ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଏକ ସାରସ୍ବତ ସଭା ସନୁସ୍ଥିତ ହୋଇଛି । ସ୍ଥାନୀୟ ଆଦିବାସୀ ଭବନ ଠାରେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର , ବରିଷ୍ଠ ଲେଖକ ସେବକ ଚରଣ ଦାଶ, ପ୍ରଫେସର ଜୟଦେବ କର, ସମ୍ବାଦ ସାହିତ୍ୟ ଘରର ସଭାପତି ସଞ୍ଜୟ କୁମାର ଅଗସ୍ତି, ବିଶିଷ୍ଟ କୋସଲି କବି ସୁଶାନ୍ତ ବାଗ, ସଭାପତି ଦିଲିପ କୁମାର ପସାୟତ ଓ,କୋସଲି ସାଂସ୍କୃତିକ ମହାଯୋଟର ସଭାପତି ଟିକେଲାଲ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।କୋସଲାଞ୍ଚଳର ମୁଖ୍ୟ ଭାଷା କୋସଲି । ଏହି ଭାଷାକୁ ପ୍ରାୟ ଦେଢ଼ କୋଟି ଲୋକ ବ୍ଯବହାର କରନ୍ତି । ଶହ ଶହ ଲେଖକ ସାହିତ୍ଯ ସୃଷ୍ଟି କରୁଛନ୍ତି ।ତେଣୁ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା, ପ୍ରାଥମିକ ଶିକ୍ଷା ସ୍ତରରେ ସାମିଲ କରିବା, ସାହିତ୍ୟ ଏକାଡେମୀ ପ୍ରତିଷ୍ଠା କରିବା, କବି ଲେଖକ ମାନଙ୍କୁ ପୁରସ୍କୃତ କରିବା ବିଷୟ ଅପରିହାର୍ଯ୍ୟ ହୋଇପଡିଛି ବୋଲି ମଞ୍ଚାସୀନ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ସଭାପତି ଶ୍ରୀ ପାସାୟତ୍ତଙ୍କ ସଂଯୋଜନାରେ କବିତା ଆସର କମିଥିଲା। । ଏଥିରେ କବି ଜୟଦେବ କର, କାନ୍ତା କର, ମହେନ୍ଦ୍ର ପାଣିଗ୍ରାହୀ, ଜ୍ୟୋତି ପ୍ରକାଶ ଗଡତ୍ଯା, ମାନସ ସାହୁ, ପଞ୍ଚାନନ ତାଣ୍ଡି, ଚିତ୍ତରଞ୍ଜନ ଚାନ୍ଦ, ଘିନୁ

Leave a Reply

Your email address will not be published. Required fields are marked *