ବଣିଆପାଟ ଶିଶୁ ମନ୍ଦିରରେ ପ୍ରଗତି ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର: ସ୍ଥାନୀୟ କଲେଜରୋଡ ସ୍ଥିତ ବଣିଆପାଟ ଶିଶୁ ମନ୍ଦିରରେ ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଗତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷା ବିକାଶ ସମିତି ଉତ୍ତର ସମ୍ଭାଗର ପ୍ରାକ୍ତନ ସଂପାଦକ ନୀଳମଣି ସାହୁ ଯୋଗ ଦେଇ ପିଲାମାନଙ୍କ ଉତ୍ତରୋତ୍ତର କାମନା କରିଥିଲେ । ପରିଚାଳନା ସମିତିର ଉପସଭାପତି ହୃଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲାବେଳେ । ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥି ପରିଚୟ ଓ ପ୍ରଗତି ଉତ୍ସବର ଆଭିମୁଖ୍ୟ କରିଥିଲେ । ପର୍ଯ୍ୟାୟ ପ୍ରମୁଖ ବନମାଳୀ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ବିଦ୍ୟାମନ୍ଦିର ପ୍ରମୁଖ ରାଜୀବ ଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଶ୍ରେଣୀ ଠାରୁ ୯ମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀ ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଏଥିରେ ସହଯୋଗ କରିଥିଲେ ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପାର୍ଟ (ଇଷ୍ଟର୍ନ ପ୍ରେସ)