October 2, 2026
Home » ବନମଣ୍ଡଳ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସଚେତନତା ସମ୍ମିଳନୀ

ବନମଣ୍ଡଳ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସଚେତନତା ସମ୍ମିଳନୀ

0
WhatsApp Image 2026-10-02 at 2.59.02 PM (1)

୪ ଜିଲ୍ଲାରୁ ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ

ବ୍ରହ୍ମପୁର : ୭୨ତମ ବନ୍ୟପ୍ରାଣୀ ସପ୍ତାହ – ୨୦୨୬ ପାଳନ ଅବସରରେ ସପ୍ତାହବ୍ୟାପୀ ବନ ମଣ୍ଡଳ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି l ଏହି କ୍ରମରେ ପରିବେଶବିତ୍, ପ୍ରକୃତିପ୍ରେମୀ, ପକ୍ଷୀ ଗବେଷକ, ସବୁଜ ବାହିନୀ, ସମ୍ମାନସ୍ପଦ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସାମିଲ୍ କରି ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖର ସଭାପତିତ୍ୱ କରି ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ପରିବେଶ ସୁରକ୍ଷା ଦିଗରେ ଗଞ୍ଜାମ ଜିଲ୍ଲାର ଉଲ୍ଲେଖନୀୟ ଅବଦାନ ସଂପର୍କରେ ସବିଶେଷ ଉଲ୍ଲେଖ କରିଥିଲେ l ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇ କହିଥିଲେ କି, “ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି l ଲୋକେ ସଚେତନ ହୋଇ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆପଣାଇଛନ୍ତି l

 

ଭଞ୍ଜନଗର ଅଞ୍ଚଳରେ ହାତୀ ଓ ମଣିଷଙ୍କ ସହାବସ୍ଥାନ ଦେଖିବାକୁ ମିଳିଛି l ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦ୍ୱାରା ବନ୍ୟପ୍ରାଣୀ ଓ ମଣିଷ ସହାବସ୍ଥାନର ସ୍ବପ୍ନ ସାକାର ହୋଇପାରିବ” ବୋଲି ସେ ଉଲ୍ଲେଖ କରିଥିଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ଏସିଏଫ୍ ସାଇନିଶ୍ରୀ ଦାସ, ଦକ୍ଷିଣ ଘୁମୁସର ଏସିଏଫ୍ ପ୍ରଦୀପ ବେହେରା, ଏସିଏଫ୍ ଦେବାଶିଷ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ l ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସୁରକ୍ଷା ନେଇ ବିଶେଷ ପଦକ୍ଷେପ ଗ୍ରହଣ କରିଥିବା ଏବଂ ଲୋକଙ୍କୁ ଏ ଦିଗରେ ସଚେତନ କରାଇବାରେ ପ୍ରମୁଖ ତଥା ଉପାଦେୟ ଭୂମିକା ନିର୍ବାହ କରିଥିବା ‌ବ୍ୟକ୍ତିବିଶେଷଙ୍କୁ ଉପଖଣ୍ଡ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ପୁରସ୍କାର ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡରୁ ଦିଗପହଣ୍ଡିର ପାରା ସ୍କ୍ୱାର୍ଡ ନିରଞ୍ଜନ ପ୍ରଧାନ, ଛତ୍ରପୁର ଉପଖଣ୍ଡରୁ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପ୍ରସାଦ ପାତ୍ର, ଭଞ୍ଜନଗରରୁ ଶେରଗଡ଼ର ମୟୁର ସୁରକ୍ଷାରେ ନିୟୋଜିତ ସମୀର କୁମାର ପ୍ରଧାନ, ଗଜପତି ଜିଲ୍ଲା ଅଡବା ଅଞ୍ଚଳର ତାରିଣୀ ଚରଣ ପଣ୍ଡା, ବୌଦ୍ଧ ଜିଲ୍ଲାରୁ ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ବରାଜ କୁମାର କହଁର, କନ୍ଧମାଳ ଜିଲ୍ଲା ଫୁଲବାଣୀ ଉପଖଣ୍ଡରୁ ଭି. ଜଗନ୍ନାଥ ରାଜୁ ଏବଂ ବାଲିଗୁଡ଼ା ଉପଖଣ୍ଡରୁ ଶିକ୍ଷୟିତ୍ରୀ କାଜଲ ପ୍ରଧାନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପ୍ରଦାନ କରାଯାଇଛି l

ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆୟୋଜିତ ବନମଣ୍ଡଳ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ମୋହନା ପିଏମଶ୍ରୀ ବିଦ୍ୟାଳୟର ନନ୍ଦିତା ମଲ୍ଲିକ ପ୍ରଥମ, ବାଲିଗୁଡ଼ା ସିର୍ତ୍ତିଗୁଡ଼ା ୟୁପି ସ୍କୁଲର ଶ୍ରାବଣୀ ବେହେରା ଦ୍ବିତୀୟ, ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲଲାଟେନ୍ଦୁ ରଥ ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ l ବରିଷ୍ଠ ବର୍ଗରେ ମୋହନା ଅପଗ୍ରେଡ୍ ହାଇସ୍କୁଲର ଅମିଶା ମାଝୀ ପ୍ରଥମ, ବୌଦ୍ଧ ମନମୁଣ୍ଡା ସରକାରୀ ହାଇସ୍କୁଲର ପ୍ରକାଶ ମହାପାତ୍ର ଦ୍ଵିତୀୟ ଓ ରଣ୍ଡିବା ହାଇସ୍କୁଲ ଗଜପତିର ତପନ ରଇତ ତୃତୀୟ ସ୍ଥାନ ଅଧିକାର ସହ ପୁରସ୍କୃତ ହୋଇଥିଲେ ‌l

ସେହିପରି ବ୍ରହ୍ମପୁର ବନଖଣ୍ଡ ସ୍ତରୀୟ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଉଲ୍ଲାସ ଚନ୍ଦ୍ର ବିଷୋୟୀ ପ୍ରଥମ, ବିରୋଜା ରାଣୀ ସେଠୀ ଦ୍ବିତୀୟ, ବର୍ଷା ରାଣୀ ମଣ୍ଡଳ ତୃତୀୟ ଏବଂ ବରିଷ୍ଠ ବର୍ଗରେ ଯଜ୍ଞ ପ୍ରସାଦ ବେହେରା ପ୍ରଥମ, ରିତେଶ ବେହେରା ଦ୍ୱିତୀୟ, ସୁନୀତା କୁମାରୀ ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଲାଭ କରିଥିଲେ l କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଇକୋ କ୍ଲବ୍ ସଂଯୋଜକ ଶଙ୍କର ନାରାୟଣ ବେଜ ମଞ୍ଚ ପରିଚାଳନା କରିଥିବାବେଳେ ବ୍ରହ୍ମପୁର ରେଞ୍ଜର ବିମ୍ବାଧର ସାହୁ ଧନ୍ୟବାଦ ଦେଇଥିଲେ ‌l ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ, ଖଲ୍ଲିକୋଟ ରେଞ୍ଜର କୁଲେଶ ଚନ୍ଦ୍ର ସାହୁ, ବନପାଳ ସୋମନାଥ ମଲ୍ଲିକ, ସୁମିତ୍ରା ଭୂୟାଁ, ଶିବ ପାତ୍ର, ସ୍ବାଗତିକା ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସ‌ହ‌ଯୋଗ କରିଥିଲେ ।

 

narasingh dakua nka report

Leave a Reply

Your email address will not be published. Required fields are marked *